www.samajalive.in
Monday, December 8, 2025
20.1 C
Bhubaneswar

ବିଲରେ ପଡି ଭାଗଚାଷୀଙ୍କ ଅକାଳ ମୃତ୍ୟୁ

ବେଗୁନିଆ: ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ବାଲିପାଟଣା ଆଦିବାସୀ ସାହିର ଜଣେ ଗରୀବ ଭାଗଚାଷୀଙ୍କର ବାଳୁଙ୍ଗା କାଟୁଥିବା ସମୟରେ ବିଲ ଭିତରେ ପଡି ଅକାଳ ମୃତ୍ୟୁ ହୋଇ ଯାଇଛି। ବାଲିପାଟଣା ଆଦିବାସୀ ସାହିର ମଧୁ ନାୟକ(୬୦)ଜଣେ ଗରୀବ ଆଦିବାସୀ ଲୋକ ହୋଇଥିବାବେଳେ ତାଙ୍କ ନିଜର ବିଲ ଗୁଣ୍ଠେ ନାହିଁ। କିନ୍ତୁ ସେ ଅତ୍ୟାଧୁନିକ ପ୍ରଣାଳୀରେ ଭାଗଚାଷ କରି ଯାହା ଉପାର୍ଜନ କରନ୍ତି ସେଥିରେ ପରିବାର ପ୍ରତିପୋଷଣ କରନ୍ତି।

 

- Advertisement -

ଗତ ଅକ୍ଟୋବର ୨୫ ଅପରାହ୍ନରେ ସେ ହାତରେ ଏକ ଦା’ ଧରି ବିଲରୁ ବାଳୁଙ୍ଗା କାଟିବା ପାଇଁ ଘରୁ ବାହାରି ଯାଇଥିଲେ। ଦିନ ଯାଇ ରାତି ହେବା ପରେ ମଧ୍ୟ ସେ ଘରକୁ ନଫେରିବାରୁ ଘର ଲୋକମାନେ ବ୍ୟତିବ୍ୟସ୍ତ ହୋଇ ରାତିସାରା ବିଭିନ୍ନ ଜାଗାରେ ଖୋଜା ଖୋଜି କରିଥିଲେ। କିନ୍ତୁ ଅକ୍ଟୋବର ୨୬ରେ ସକାଳୁ ଲେହଙ୍ଗ ନଈ କୂଳରେ ଥିବା ବିଲ ଯେଉଁଠାକୁ ସେ ବାଳୁଙ୍ଗା କାଟିବା ପାଇଁ ଯାଇଥିଲେ ସେଠାରେ ଯାଇ ଖୋଜା ଖୋଜି କରିଥିଲେ। ଧାନ ବିଲ ଭିତରେ ସେ ଗୋଟିଏ ହାତରେ ବାଳୁଙ୍ଗା ଏବଂ ଅନ୍ୟ ହାତରେ ଦା’ ଧରି ମରି ପଡିଥିବାର ଲୋକମାନେ ଦେଖିବାକୁ ପାଇଥିଲେ । ସେଠାରୁ ତାଙ୍କୁ ଆଣି ଗ୍ରାମ ଶ୍ମସାନରେ ଶବ ସତ୍କାର କରାଯାଇଥିଲା। ସେ ଜଣେ ଭଦ୍ର, ଶାନ୍ତ, ସରଳ ଏବଂ ଅମାୟିକ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ତାଙ୍କର ନିକଟ ସମ୍ପର୍କୀୟମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। କିନ୍ତୁ ସେ ବିଲ ଭିତରେ କିପରି ମୃତ୍ୟୁ ବରଣ କଲେ ତାହା ଜଣା ପଡ଼ିନାହିଁ। ସେ ଜଣେ ଗରୀବ ଲୋକ ହୋଇଥିବାରୁ ସରକାର ତାଙ୍କ ପରିବାରକୁ ସାହାଯ୍ୟ ଯୋଗାଇଦେବା ପାଇଁ ଜନସାଧାରଣ ଦାବି କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories