www.samajalive.in
Monday, December 8, 2025
27.1 C
Bhubaneswar

ନବରାତ୍ରର ଅଷ୍ଟମଦିନ : ମା’ମହାଗୌରୀଙ୍କର ହୋଇଥାଏ ପୂଜାର୍ଚ୍ଚନା

ଆଜି ନବରାତ୍ରର ମହାଷ୍ଟମୀ ପର୍ବ। ଏହାକୁ ଦୁର୍ଗାଷ୍ଟମୀ ମଧ୍ୟ କୁହାଯାଏ। ନବରାତ୍ରର ଅଷ୍ଟମ ଦିନ ଦେବୀ ଦୁର୍ଗାଙ୍କର ଅଷ୍ଟମ ସ୍ୱରୂପ ମା’ମହାଗୌରୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ମା’ଙ୍କ ଉପାସନା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହା ବ୍ୟତୀତ ନବରାତ୍ରର ଅଷ୍ଟମୀତିଥିରେ ମହାଗୌରୀଙ୍କ ଆରାଧନାରେ ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧି, ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ମା’ଙ୍କ ରଙ୍ଗ ଖୁବ ସୁନ୍ଦର। ତେଣୁ ତାଙ୍କ ନାମ ମହାଗୌରୀ। ମା’ଙ୍କ ପୂଜାର୍ଚ୍ଚନାରେ ସମସ୍ତ ପାପ ନାଶ ହୋଇଥାଏ। ଦୁଃଖ, ଦରିଦ୍ର ଓ କଷ୍ଟରୁ ମୁକ୍ତି ମିଳିଥାଏ। ମା’ଙ୍କ ପୂଜାରେ ଜାତକ ଦୋଷ ଦୂର ହୋଇଥାଏ। ବିବାହରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ମହାଗୌରୀଙ୍କ ପୂଜା କରାଯାଇଥାଏ। ମା’ଙ୍କ ପୂଜା କରିବା ଦ୍ୱାରା ଜାତକରେ ଶୁକ୍ରଗ୍ରହ ମଜଭୂତ ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ପାରିବାରିକ କଳହ ଦୂର ହୋଇଥାଏ।
ମା’ଙ୍କୁ ପୂଜାର୍ଚ୍ଚନାର ବିଧି – ମହାଷ୍ଟମୀ ଦିନ ପ୍ରାତଃ ସମୟରେ ଉଠି ସ୍ନାନ ସାରି ମା’ଙ୍କୁ ପ୍ରତିମାକୁ ନୂତନ ବସ୍ତ୍ର ପିନ୍ଧାନ୍ତୁ। ସମ୍ପୂର୍ଣ୍ଣ ବିଧିବିଧାନ ପୂର୍ବକ ମା’ଙ୍କୁ ପୂଜା କରନ୍ତୁ। ମା’ଙ୍କୁ ଲାଲ ଫୁଲ ଅର୍ପଣ କରିବା ସହ ଖିରୀ, ହାଲୱା, ମିଠା ଆଦି ଭୋଗ କରନ୍ତୁ।

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories