www.samajalive.in
Monday, December 8, 2025
17.1 C
Bhubaneswar

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର ପ୍ରଦାନ

ଫୁଲବାଣୀ: ପୁରୀ ଜିଲା ସତ୍ୟବାତୀ ଅଞ୍ଚଳରେ କବିର ଭୋଇଙ୍କ ସ୍ତ୍ରୀ ଦଳିତ ମହିଳା ସୁକାନ୍ତି ଭୋଇଙ୍କର ଚିକିତ୍ସା ଅବହେଳରୁ ମୃତ୍ୟୁ ହୋଇଥିବାରୁ ପ୍ରଶାସନିକ ତଦନ୍ତ କରିବା ଦାବି କରି ଆଜି କନ୍ଧମାଳ ଜିଲା କଂଗ୍ରେସ ଅନୂସୂଚିତ ଜାତି ବିଭାଗ ପକ୍ଷରୁ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। କନ୍ଧମାଳ ଜିଲା ଏସ୍‍ସି ସେଲର ଅଧ୍ୟକ୍ଷ ଶିବ ଶଙ୍କର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ଦଳର ବଳଦେବ ବେହେରା, ଘନ କୁମାର ଶବର, ଜିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ଗୌର ଚନ୍ଦ୍ର ବେହେରା, ବସନ୍ତ କୁମାର ଦିଗାଲ, ଦୁର୍ଯ୍ୟୋଧନ ପଟନାୟକ ଓ ଅନ୍ୟମାନେ ସାମିଲ୍‍ ହୋଇ ପ୍ରଶାସନକୁ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରକାରେ, ଚିକିତ୍ସାରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories