www.samajalive.in
Monday, December 8, 2025
27.1 C
Bhubaneswar

ଅଗ୍ନିକାଣ୍ଡରେ କୁଖ୍ୟାତ ଅପରାଧି ସୋନୁ ଘୋଷଙ୍କ ପତ୍ନୀ ଗୁରୁତର

ବ୍ରଜରାଜନଗର : କୁଖ୍ୟାତ ଅପରାଧି ସୋନୁ ଘୋଷଙ୍କ ବ୍ରଜରାଜନଗର ଘରେ ଆଜି ସକାଳେ ନିଆଁ ଲାଗିବାରୁ ତାଙ୍କ ପତ୍ନୀ ପ୍ରିୟା ଘୋଷ ପୋଡି ଗୁରୁତର ହୋଇଛନ୍ତି। ଅଗ୍ନିକାଣ୍ଡରେ ପ୍ରିୟାଙ୍କ ଦେହର ୪୦ ପ୍ରତିଶତ ପୋଡି ଯାଇଥିବା ପୁଲିସ ସୂଚନା ଦେଇଛି। ସେହିପରି ତାଙ୍କ ଘରେ ଭଡା ରହୁଥିବା ଅନ୍ୟ ଜଣେ ମହିଳା ମମତା ପାତ୍ର ମଧ୍ୟ ନିଆଁରେ ପୋଡି ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆ ଯାଇଥିଲା, ହେଲେ ପରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରଣ କରାଯାଇଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦି ସୂଚନା ଦେଇଛନ୍ତି। ଶୋଇବା ଘର, ପୂଜା ଘର ଓ ଡ୍ରଇଂ ରୁମରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସେପଟେ ନିଆଁ ଲାଗିବାରୁ ଘରର ଅନେକ ଆସବାଵ ପତ୍ର ପୋଡି ନଷ୍ଟ ହୋଇଯାଇଛି। ଅପରପକ୍ଷେ ବ୍ରଜରାଜନଗର ଆଇଆଇସି ନଳିତା ମୋଦି ଘଟଣାସ୍ଥଳ ପରିଦର୍ଶନ କରି ସାରିବା ପରେ ଅଧିକ ତଦନ୍ତ ସକାଶେ ରାଉରକେଲା ଆଇଜିଏଚକୁ ବାହାରି ଥିବା ଖବର ମିଳିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories