www.samajalive.in
Monday, December 8, 2025
27.1 C
Bhubaneswar

ଦାଦନ ଶ୍ରମିକଙ୍କ ମୃତଦେହକୁ ରଖି ଥାନା ସମ୍ମୁଖରେ ରାସ୍ତାରୋକ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ରାଣିମୁଣ୍ଡା ଗ୍ରାମବାସୀ ଏବଂ ନୂଆପଡା ଜିଲା ଦଳିତ ଅଧିକାର ମଞ୍ଚର କର୍ମକର୍ତ୍ତା ମୃତ ଦାଦନ ଶ୍ରମିକଙ୍କ ଶବକୁ ରଖି ଖଡିଆଳ ସହରର ଥାନା ଛକ ନିକଟରେ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରି  ପ୍ରତିବାଦ ଜଣାଇଥିଲେ । ଅପରାହ୍ନ ୨ ଘଣ୍ଟାରୁ ୪ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଥିଲା । ମୃତ ଦାଦନ ଶ୍ରମିକଙ୍କ ପରିବାରଙ୍କୁ ଦାଦନ ସର୍ଦାର ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା, ହତ୍ୟା ମାମଲା ରୁଜୁ କରିବା, ଦାଦନ ଦଲାଲଙ୍କୁ ତୁରନ୍ତ ଗିରଫ କରଯିବା ପ୍ରମୁଖ ଦାବୀ କରିଥିଲେ । ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ, ରାଣିମୁଣ୍ଡା ଗ୍ରାମର ମନୋଜ ହିଆଲ ନାମକ ଯୁବକ ଚଳିତ ମାସ ୫ ତାରିଖ ଦିନ ହଇଦ୍ରାବାଦକୁ ଦାଦନ ଖଟିବାକୁ ବାହାରିଥିଲେ । ସେ ଗତ ୭ ତାରିଖ ଦିନ ହାଇଦ୍ରାବାଦର ଇନ୍ଦ୍ରମପାଟନମ ଥାନା ସ୍ଥିତ ପିତୁଲା ଗ୍ରାମରେ ଥିବା ଇଟାଭାଟିରେ ପହଞ୍ଚିଥିଲେ । ପହଞ୍ଚିଲା ପରେ ମନୋଜକୁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମନୋଜ କାମ କରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ସାଥି ମାନେ ଏନେଇ ମାଲିକଙ୍କୁ ମଧ୍ୟ ଖବର ଦେଇଥିଲେ । କିନ୍ତୁ ମାଲିକ କୌଣସି ଗୁରୁତ୍ୱ ଦେଇନଥିଲେ । ଶେଷରେ ମନୋଜଙ୍କର ଗତ ୧୫ ତାରିଖ ଦିନ ମୃତ୍ୟୁ ହୋଇଥିବା ନେଇ ମନୋଜଙ୍କ ଭାଇ ତୁକାରାମ ହିଆଲ ପ୍ରକାଶ କରିଛନ୍ତି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories