www.samajalive.in
Monday, December 8, 2025
27.1 C
Bhubaneswar

ପଶ୍ଚିମଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ; ୪ ସାଂସଦଙ୍କୁ ଚିଠି ଲେଖିଲା ସିଏସି

ସମ୍ବଲପୁର : ପଞ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସିଏସି (ପଶ୍ଚିମଓଡ଼ିଶା ଓକିଲ ସମୂହ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି)ପକ୍ଷରୁ ପଶ୍ଚିମାଚଂଳର ୪ଜଣ ସାଂସଦଙ୍କୁ ଚିଠି ପଠାଯାଇଛି। ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମାଚଂଳରେ ଦୀର୍ଘବର୍ଷରୁ ଜନଆନ୍ଦୋଳନ ଜାରି ରହିଥିଲେ ହେଁ ଆଜିଯାଏଁ ଏହି ଦାବି ପୂରଣ ହୋଇପାରିନି। ଏହି ପ୍ରସଙ୍ଗକୁ ନେଇ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ହୋଇଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି ଠୋସ ପଦକ୍ଷେପ ନେଇନାହାନ୍ତି। ତେଣୁ ସିଏସି ପୁଣିଥରେ ସାଂସଦମାନଙ୍କୁ ଚିଠି ଲେଖିଛି।
ବେଞ୍ଚ ପ୍ରତିଷ୍ଠା ପାଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆଳ ନ ଦେଖାଇ କେନ୍ଦ୍ର ସରକାର ଚାହିଁଲେ ଏହି ଦାବିକୁ ପୂରଣ କରିପାରିବେ ବୋଲି ସିଏସି ସମ୍ପାଦକ ବିଜିତେନ୍ଦ୍ରୀ୍ୟ ପ୍ରଧାନ କହିଛନ୍ତି। ରାଞ୍ଚି ଠାରେ ଯେଉଁ ଢଙ୍ଗରେ ସ୍ଥା୍ୟୀ ହାଇକୋର୍ଟ ବେଂଚ ସ୍ଥାପନ କରାଗଲା; ଠିକ୍‌ ସେହି ଢଙ୍ଗରେ ଏଠାରେ ମଧ୍ୟ ହାଇକୋର୍ଟର ଏକ ଖଣ୍ଡପୀଠ ସ୍ଥାପନ କରାଯାଇପାରିବ। ଏହି ପ୍ରସଙ୍ଗ ସଂସଦର ଶୂନ୍ୟକାଳରେ ଆଲୋଚନା ହୋଇଥିବାରୁ ଦାବିପୂରଣ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବା ଉଚିତ। ତେବେ ବେଂଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଏହି ଅଂଚଳର ସାଂସଦ ଓ ବିଧାୟକମାନଙ୍କ ଗୁରୁଦାୟିତ୍ବ ରହିଛି। ତତ୍‌କାଳୀନ କେନ୍ଦ୍ର ଆଇନମନ୍ତ୍ରୀ ସଦାନନ୍ଦ ଗୌଡ଼ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିବା ସହ ପଶ୍ଚିମାଚଂଳରେ ବେଞ୍ଚ ସ୍ଥାପନ ପାଇଁ ମତ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କେବଳ ଚିଠି ଦିଆନିଆ ଚାଲିଛି। ତେଣୁ ସିଏସି ପକ୍ଷରୁ ସମ୍ବଲପୁର ସାଂସଦ ନିତିଶ ଗଙ୍ଗଦେବ, ବରଗଡ଼ ସାଂସଦ ସୁରେଶ ପୂଜାରୀ, କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଏବଂ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିଠି ଦିଆଯାଇଛି ବୋଲି ସିଏସି ସମ୍ପାଦକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories