www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ୍‍ ପରବର୍ତ୍ତି ପ୍ରାକ୍‍ ଶିକ୍ଷା ନିମନ୍ତେ ତାଲିମ୍‍

ଫୁଲବାଣୀ: ଦୀର୍ଘ ୬ ମାସ ଧରି କୋରୋନା ନିମନ୍ତେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ଓ ବର୍ତମାନ ସର୍ତମୂଳକ ଭାବରେ ସରକାର ପୁଣିଥରେ ଶିକ୍ଷାନୁଷ୍ଠାନ ମାନ ଖୋଲିବା ନିମନ୍ତେ ପ୍ରସ୍ତୁତି ହେଉଛନ୍ତି। ଏହାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲାର ବିିଭିନ୍ନ ବ୍ଳକ ସ୍ତରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ସେଭ୍‍ ଦି ଚିଲଡ୍ରେନ୍‍ ପକ୍ଷରୁ ପ୍ରାକ୍‍ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଭଳି ସ୍ଥଳେ ଟିକାବାଲି ଓ ରାଇକିଆ ବ୍ଲକରେ ଚାଲିଥିବା ଶିକ୍ଷା ପ୍ରକଳ୍ପ ସାହାଯ୍ୟରେ ପ୍ରାକ୍‍ ଶିକ୍ଷା ବା ଅଙ୍ଗନୱାଡି କେନ୍ଦ୍ରଗୁଡିକ କିଭଳି ସଠିକ୍‍ ଭାବରେ ପୁନଃ କାର୍ଯ୍ୟକ୍ଷମ ହୋଇପାରିବ ଏଥିନିମନ୍ତେ ବିଭିନ୍ନ ସ୍ତରରେ ତାଲିମ୍‍ମାନ ପ୍ରଦାନ କରାଯାଉଅଛି। ପ୍ରାଥମିକ ସ୍ତରରେ ପ୍ରକଳ୍ପର କର୍ମକର୍ତାମାନେ ଘରକୁ ଘର ଯାଇ ପିତା ମାତା ଓ ଅବିଭାବକଙ୍କୁ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ସାମଗ୍ରୀ ନିଜେ ଘରେ ଓ ବିନା ଖର୍ଚ୍ଚରେ ତିଆରି କରିବାର କୈାଶଳ ଶିଖେଇବା ସହିତ ଘରେ ଥାଇ ପିଲାମାନଙ୍କର ପାଠପଢା ପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ସଚେତନ କରାଇଥିଲେ। ଏହାପରେ ପ୍ରତି ଗ୍ରାମରେ ଥିବା ମାତୃ କମିଟି ଓ ଯାଂଚ କମିଟିର ସଦସ୍ୟ ସଦସ୍ୟାମାନଙ୍କୁ ସେମାନଙ୍କର ଦାୟିତ୍ୱ ଓ କର୍ତବ୍ୟ ବିଷୟରେ ତାଲିମ୍‍ ପ୍ରଦାନ କରିବା ସହିତ କୋଭିଡ୍‍ ପରବର୍ତୀ ସମୟରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଖୋଲିବା ପରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନ କରାଇବା ଏବଂ ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ଟିକାବାଲି ଓ ରାଇକିଆ ବ୍ଲକର ୧୬୪ ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନଙ୍କୁ ମଧ୍ୟ ବିଭିନ୍ନ ବିଷୟରେ ତାଲିମ୍‍ ପ୍ରଦାନ କରାଯାଉଅଛି। ଏହାଫଳରେ ଅବିଭାବକ, ବିଭିନ୍ନ କମିଟିର ସଦସ୍ୟ ସଦସ୍ୟା ଓ ଅଙ୍ଗନୱାଡି କର୍ମୀ ସଚେତନ ହେବା ସହିତ ଆଗାମୀ ଦିନରେ ଶିଶୁମାନେ ଯେଭଳି କୋରୋନାରେ ସଂକ୍ରମଣ ନହୋଇ ଏକ ସୁସ୍ଥ ବାତାବରଣ ପ୍ରସ୍ତୁତି ହୋଇପାରିବ ସେଥିନିମନ୍ତେ ବିଭିନ୍ନ ସ୍ତରରେ ପ୍ରସ୍ତୁତି କରିବା ସହିତ ସଚେତନତା କରାଯାଉଅଛି। ଏହିଭଳି ତାଲିମ୍‍ କାର୍ଯର୍କ୍ରମମାନ ନିଶ୍ଚିତ ଭାବରେ ଆଗାମୀ ଦିନମାନଙ୍କରେ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ସହାୟତା ହେବା ସହିତ କୋରୋନା ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ ବୋଲି ଟିକାବାଲି ସିଡିପିଓ ଶ୍ରୀମତୀ ପାନମଣୀ ହାଂସଦା ନିଜ ମତ ପ୍ରକାଶ କରିଛନ୍ତି। ବିଭିନ୍ନ ସମୟରେ ସିଡିପିଓ ଏବଂ ସୁପରଭାଇଜରମାନେ ମଧ୍ୟ ତାଲିମରେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରକଳ୍ପ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ତାଲିମ୍‍ କାର୍ଯ୍ୟକ୍ରମ ଗୁଡିକରେ ପ୍ରଭଞ୍ଜନ କହଁର, ବସନ୍ତ ପ୍ରଧାନ, ଗାୟତ୍ରୀ ମହାରଣା, ମାଳତୀ ପ୍ରଧାନ ପ୍ରମୁଖ ତାଲିମ୍‍ ପ୍ରଦାନ କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories