www.samajalive.in
Monday, December 8, 2025
20.1 C
Bhubaneswar

ସର୍ତ ପୂରଣରେ ପାକିସ୍ଥାନ ବିଫଳ; ପୁଣି ଏଫଏଟିଏଫ୍ ଧୂସର ତାଲିକାରେ ସାମିଲ ସମ୍ଭାବନା

ନୂଆଦିଲ୍ଲୀ : ଆର୍ଥନୀତିକ ଆକ୍ସନ ଟାସ୍କ ଫୋର୍ସ (FATF) ର ଧୂଷର ତାଲିକାରେ ଥିବା ପାକିସ୍ତାନର ଇମ୍ରାନ ଖାନସରକାର ପୁଣି ଥରେ ଆତଙ୍କବାଦ ବିରୋଧୀ ମନିଟରିଂ ଗ୍ରୁପ ଦେଇଥିବା କାର୍ଯ୍ୟ ଯୋଜନା ପୂରଣ କରିବାରେ ବିଫଳ ହୋଇଛନ୍ତି। ଫଳତଃ ପାକିସ୍ଥାନ ପୁଣିଥରେ ଧୂଷର ତାଲିକାରେ ସାମିଲ ହେବା ନିଶ୍ଚିତ ହୋଇ ଯାଇଛି ।

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ମୌଲାନା ମାସୁଦ ଅଜହର ଏବଂ ହାଫିଜ ସଇଦ ପ୍ରମୁଖ ଆତଙ୍କବାଦୀଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରିବା ଯୋଗୁଁ ଏଫଏଟିଏଫ୍ ପୁନର୍ବାର ଏପରି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ।  ଏଫଏଟିଏଫ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଆର୍ଥନୀତିକ ଆକ୍ସ ଟାସ୍କ ଫୋର୍ସ ଉପଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ  ଗ୍ଲୋବାଲ୍ ମନି ଲଣ୍ଡରିଂ ଏବଂ ଆତଙ୍କବାଦୀଙ୍କୁ ଅନୁଦାନ ପ୍ରଦାନ କରାଯିବା  ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଆତଙ୍କବାଦୀଙ୍କ ଆର୍ଥିକ ଅନୁଧ୍ୟାନର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏଫଏଟିଏଫ୍ ପାକିସ୍ତାନକୁ ମୋଟ  ୨୭ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛି । ଏହା ମଧ୍ୟରୁ ପାକିସ୍ଥାନ ପ୍ରାୟ ୨୧ଟି କାର୍ଯ୍ୟକାରୀ କରିଛି କିନ୍ତୁ କିଛି ପ୍ରମୁଖ ପ୍ରସ୍ତାବ ଏ ଯାଏ ପାକିସ୍ଥାନ କାର୍ଯ୍ୟକାରୀ କରିପାରିନାହିଁ ।  ଜୈଶ-ଇ-ମହମ୍ମଦ (ଜେଏମ) ମୁଖ୍ୟ ଅଜହର, ଲଶ୍କର-ଏ-ତାଇବା (ଲେଟି)  ବିରୋଧରେ ପାକିସ୍ଥାନ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ । ସେହିପରି ଆତଙ୍କବାଦ ବିରୋଧ ଆଇନର ଧାରା ୪ ଅନୁସାରେ ୪୦୦୦ ଆତଙ୍କବାଦୀଙ୍କ ନାଁ ପାକିସ୍ଥାନ ମୂଳ ତାଲିକାରୁ ବାଦ ଦେଇଛି । ଏହାକୁ ଏଫଏଟିଏଫ୍ ଗୁରୁତର ସହ ଗ୍ରହଣ କରିଛି । ତେଣୁ ପାକିସ୍ଥାନ ପୁନର୍ବାର ଧୂଷର ତାଲିକା (ଗ୍ରେ ଲିଷ୍ଟ)ରେ ରହିବାର ଆଶଙ୍କା ସୃଷ୍ଟି ହୋଇଛି । ଆତଙ୍କବାଦ ବିରୋଧରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଥିବା ୪ ପ୍ରମୁଖ ଦେଶ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନ ନିଜ ମାଟି​‌େ​‌ ଆତଙ୍କବାଦ ବିରୋଧ​‌ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇସଲାମାବାଦର ପ୍ରତିଶ୍ରୁତିରେ ସନ୍ତୁଷ୍ଟ ନୁହନ୍ତି । ତେଣୁ ପାକିସ୍ଥାନକୁ ପୁଣି ଥରେ ପୂର୍ବପରି ଗ୍ରେ ଲିଷ୍ଟରେ ରଖାଯାଇପାରେ ବୋଲି ଏଫଏଟିଏଫର ଜଣେ ଅଧିକାରୀ କହିଛନ୍ତି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories