www.samajalive.in
Monday, December 8, 2025
20.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ‘ଅବଢ଼ା’ ଯୋଜନାର ସମୀକ୍ଷା, ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ପରିଦର୍ଶନରେ ଯାଇ ‘ଅବଢ଼ା’ ଯୋଜନାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ସିଂହଦ୍ୱାରଠାରେ ପତିତପାବନକୁ ପ୍ରାର୍ଥନା କରିଥିଲେ, ନୀଳଚକ୍ର ଦର୍ଶନ କରି ଓଡ଼ିଶାବାସୀଙ୍କ ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କୁ ଜଣାଣ କରିଥିଲେ। ସେ ମଧ୍ୟ ମନ୍ଦିରର ସଂପୂର୍ଣ୍ଣ ପରିକ୍ରମା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରିଡରର ରୂପରେଖ ଏପରି ହେବା ଉଚିତ, ଯେପରି କୌଣସି ଭିନ୍ନକ୍ଷମ ଲୋକଙ୍କର ପରିକ୍ରମାରେ ଅସୁବିଧା ହେବ ନାହିଁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଅପେକ୍ଷା କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ମଧ୍ୟ ଦେଇ ଯେପରି ନିର୍ବିଘ୍ନ ଦର୍ଶନ କରିପାରିବେ ତାହା ବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଆସନ୍ତା ଜାନୁଆରୀ ପହିଲା ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରି ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିମନ୍ତେ ଜାଗା ଦାନ କରିଥିବା ସମସ୍ତ ବାସିନ୍ଦା, ବିଭିନ୍ନ ବିଭାଗର କର୍ମଚାରୀ ତଥା ପଦାଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ସେମାନଙ୍କ ପରିଶ୍ରମ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।
ମୁଖ୍ୟମନ୍ତ୍ରୀ ସମସ୍ତ ସୁବିଧାଗୁଡ଼ିକୁ ପ୍ରତିବନ୍ଧକମୁକ୍ତ କରିିବା ପାଇଁ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ। ମେଘନାଥ ପାଚରେୀର ଦକ୍ଷିଣ ପାର୍ଶ୍ବ ସଂପର୍କରେ ସମୀକ୍ଷା କରି ସାର୍ବଜନୀନ ଦର୍ଶନ ନିମନ୍ତେ ଗୁରୁତ୍ୱ ଦେବାପୂର୍ବକ ପରିକ୍ରମା ନିମନ୍ତେ ବୃକ୍ଷଛାୟା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପଶ୍ଚିମ ପାଶ୍ୱର୍ରେ ମେଘନାଥ ପାଚେରୀ ନିକଟରେ ଥିବା ବିଦୁ୍ୟତ ସବ୍‌ଷ୍ଟେସନ୍‌ର ସ୍ଥାନାନ୍ତରଣ ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କର ଜିନିଷପତ୍ର ରଖିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଉତ୍ତର ପାର୍ଶ୍ବ ସଂପର୍କିତ ସମୀକ୍ଷା କରି କହିଥିଲେ ଯେ ଏକ ସମୟରେ ବହୁସଂଖ୍ୟକ ଲୋକଙ୍କୁ ମହାପ୍ରସାଦ ପରିବେଷଣ କରାଇବା ଭଳି ବ୍ୟବସ୍ଥା ହେବା ଆବଶ୍ୟକ। ବୟସ୍କ ଭକ୍ତମାନେ କିଛି ଦୂରରେ ସେମାନଙ୍କ ଯାନବାହନ ରଖିବା ଓ ସେମାନଙ୍କ ନିମନ୍ତେ ଇ-ଯାନର ସୁବନ୍ଦୋବସ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ ‘ଟି’ ସଚିବ ଭି.କେ. ପାଣ୍ଡିଆନ୍‌ ପରିଦର୍ଶନରେ ସାମିଲ ହୋଇଥିଲେ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories