www.samajalive.in
Monday, December 8, 2025
27.1 C
Bhubaneswar

ଗର୍ଭଣା ସଂକ୍ରାନ୍ତିରେ ଚାଷୀ କ୍ଷେତରେ ପୋତିଲା ଗର୍ଭଣା ଡାଳ ଓ ଖେଚୁଡି ଭୋଗ

କଳାପଥର:ଗର୍ଭଣା ସଂକ୍ରାନ୍ତିରେ ଚାଷୀ କ୍ଷେତରେ ଗର୍ଭଣା ଡାଳ ପୋତି ଗର୍ଭଣା ସଂକ୍ରାନ୍ତି ପର୍ବ ପାଳନ କରିଛି। ତୁଳା ସଂକ୍ରାନ୍ତିକୁ ଚାଷୀ ଗର୍ଭଣା ସଂକ୍ରାନ୍ତି କହିଥାନ୍ତି। ଏହି ସମୟରେ ଧାନ ପ୍ରାୟତଃ ଗର୍ଭଧାରଣ କରି ଥୋଡମୁଖ ହୋଇଥିବା ଲକ୍ଷ୍ମୀଙ୍କ ଆଗମନ ଅପେକ୍ଷାରେ ଆଜିର ଦିନରେ ଧାନ କ୍ଷେତକୁ ଯାଇଚାଷୀ ପୂଜାର୍ଚ୍ଚନା କରିବା ସହ ଖେଚୁଡି ଭୋଗ ଲାଗିକରିଥାଏ। ସେହିପରି ଧାନରେ ରୋଗପୋକ ନହେବା ଉଦ୍ଦେଶ୍ୟରେ ଗର୍ଭଧାନର ରୋଗପ୍ରତି ପ୍ରତିଷେଧକ ରୂପେ ଗର୍ଭଣା ଗଛର ଡାଳକୁ ଚାଷୀ ତାର କ୍ଷେତରେ ଆଜିର ଦିନରେ ପୋତୁ ଥିବାର ପରମ୍ପରା ରହିଛି। ଏ ସମ୍ପର୍କରେ ପଶ୍ଚିମ ବାଙ୍କୀ ଅଞ୍ଚଳର କେନ୍ଦୁପଲ୍ଲୀ ପଞ୍ଚାୟତ ପତନୀ ଗ୍ରାମର ବିଶିଷ୍ଠ ଜୈବ ଚାଷୀ ବ୍ରଜବନ୍ଧୁ ସାହୁଙ୍କୁ ପଚାରିବାରୁ ବହୁ ପୂର୍ବରୁ ଦେଶି ଧାନ ଏହି ସମୟରେ ଫୋଡ ହେଉଥିବାରୁ ଆଜି ଦିନରେ ଉକ୍ତ ପର୍ବ ପାଳନ କରାଯାଇଥାଏ।
ମାତ୍ର ବର୍ତ୍ତମାନ ସରକାର ଅଧିକ ଅମଳ ଆଶାରେ ବିଭିନ୍ନ କିଷମର ବୈଜ୍ଞାନିକ କରଣ ଅମଳ କ୍ଷମ ବିହନ ଚାଷୀଙ୍କ ପାଖରେ ପହଞ୍ଚାଇ ଥିବାରୁ ଉକ୍ତ ଧାନ ବର୍ତ୍ତମାନ ସମୟରେ ଠିକ୍ ଭାବରେ ଏକ ସମୟରେ ଥୋଡ ଆସିନଥାଏ। ଏହା ଛଡା କ୍ଷେତରେ ପ୍ରଚୁର ପରିମାଣର ରାସାୟନିକ କିଟନାଶକ ବ୍ୟବହାର କରାଯାଇଥିଲେ ମଧ୍ୟ ଚାଷୀ ଉକ୍ତ ପର୍ବକୁ ଭୁଲି ନାହାଁନ୍ତି। ଅନ୍ୟ ପକ୍ଷରେ ଉକ୍ତ ଦିନରେ ଖେଚୁଡି ଭୋଗ, ଝୁଣା, ଧୂପ ସାଙ୍ଗକୁ ମା ଲକ୍ଷ୍ମୀଙ୍କୁ ଆରାଧନା କରାଗଲେ ପ୍ରଚୁର ଧାନ ଅମଳ ହୁଏ ବୋଲି ସଫଳ ଚାଷୀ ବ୍ରଜବନ୍ଧୁ ସାହୁଙ୍କ ସ୍ତ୍ରୀ ବାସନ୍ତି ସାହୁ କହିଛନ୍ତି। କ୍ଷେତରେ ପୂର୍ବ ପରୁଷାନୁକ୍ରମେ ଗର୍ଭଣା ସଂକ୍ରାନ୍ତିରେ ଶାଶୁ ଖେଚୁଡି ଭୋଗ ଲଗାଇ ବସୁଧା ମ।।ଙ୍କୁ ପଜାର୍ଚ୍ଚନା କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories