www.samajalive.in
Monday, December 8, 2025
27.1 C
Bhubaneswar

ସ୍ମିଥ୍‌ ବନାମ ଶ୍ରେୟସ ଲଢ଼େଇ,ପ୍ରତିଶୋଧ ଲକ୍ଷ୍ୟରେ ରାଜସ୍ଥାନ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୩୦ତମ ମ୍ୟାଚରେ ବୁଧବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମୁହାଁମୁହିଁ ହେବେ। ଉଭୟ ଦଳଙ୍କ ପାଇଁ ଏହା ଦ୍ବିତୀୟ ରାଉଣ୍ଡ ମ୍ୟାଚ ହେବ।
ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ ୭ଟି ମ୍ୟାଚରୁ ୫ଟି ବିଜୟ, ୨ଟି ପରାଜୟ ସହ ୧୦ ପଏଣ୍ଟ ହାସଲ କରିଛି। ଦଳ ପ୍ରଥମ ରାଉଣ୍ଡ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ୪୬ରନରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଥିଲା। ଋଷଭ ପନ୍ତ ଆହତ ହେବା ପରେ ଦିଲ୍ଲୀ ପାଇଁ ସାମାନ୍ୟ ଆଘାତ ଲାଗିଛି। ପନ୍ତଙ୍କ ବଦଳରେ ଅଷ୍ଟ୍ରେଲିଆର ୱିକେଟକିପର ଆଲେକ୍ସ କ୍ୟାାରି ଖେଳିବାର ସମ୍ଭାବନା ରହିଛି। ଫାଷ୍ଟ ବୋଲିଂରେ ରାବଡ଼ା ଓ ଅନରିଚ୍‌ ନ୍ୟୋର୍ଜ୍ୟ ଯୋଡ଼ି ଭଲ ବୋଲିଂ କରୁଥିବାବୋଳେ ସ୍ପିନ ବିଭାଗରେ ଅଶ୍ବିନ, ଅକ୍ଷର ପଟେଲ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ଅଷ୍ଟ୍ରେଲିୟ ଅଲ୍‌ରାଉଣ୍ଡର ଷ୍ଟୋଇନିସ୍‌ ଦଳ ପାଇଁ ସବୁଠାରୁ ମୂଲ୍ୟବାନ ସାବ୍ୟସ୍ତ ହେଉଛନ୍ତି। ରାଜସ୍ଥାନ ବିପକ୍ଷ ପ୍ରଥମ ମ୍ୟାଚ ସଫଳତାକୁ ବଜାୟ ରଖିବା ସହିତ ବିଜୟକୁ ଫେରିବା ଧାରାକୁ ଫେରିବା​‌ ଲକ୍ଷ୍ୟ ନେଇ ଖେଳିବ।
ସେହିପରି ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍‌ସ ୭ଟି ମ୍ୟାଚରୁ ୩ଟି ବିଜୟ ଓ ୪ଟି ପରାଜୟ ସହ ୬ ପଏଣ୍ଟ ହାସଲ କରିଛି। ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ପ୍ରଥମ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇଥିଲା। ଦିଲ୍ଲୀ ବୋଲରଙ୍କ ନିକଟରେ ବ୍ୟାଟ୍‌ସମ୍ୟାନମାନେ ଆତ୍ମସର୍ମପଣ କରିଥିଲେ। ଓପନିଂରେ ଜୋସ୍ ବଟ୍‌ଲର ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଓପନିଂ କରିଥିବା ବେନ୍‌ ଷ୍ଟୋକସ ପ୍ରଥମ ମ୍ୟାଚରେ ବ୍ୟାଟିଂରେ ବିଫଳ ହୋଇଥିଲେ। ମଧ୍ୟକ୍ରମରେ ଷ୍ଟିଭ୍‌ ସ୍ମିଥ୍‌ ଓ ସଞ୍ଜୁ ସାମସନ୍ ପ୍ରଥମ ଦୁଇଟି ମ୍ୟାଚ ପରେ ଫର୍ମ ହରାଇଛନ୍ତି। ରବିନ୍‌ ଉଥପ୍ପା ସେଭଳି ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଶେଷ ମ୍ୟାଚରେ ଦଳର ଷ୍ଟାର ଅଲ୍‌ରାଉଣ୍ଡର ରାହୁଲ ତିୱାତିଆ ଓ ରିୟାନ ପରାଗ ଯୋଡ଼ିଙ୍କ ମ୍ୟାଚ ବିଜୟୀ ଇନିଂସ ଦଳକୁ ଅଧିକ ମଜବୁତ କରିଛି। ବୋଲିଂରେ ଜେଫ୍ରା ଆର୍ଚର ଭଲ ଫର୍ମରେ ଥିବାବେଳେ ଅନ୍ୟ କୌଣସି ବୋଲରଙ୍କ ବିଶେଷ ସହାୟତା ମିଳୁନାହିଁ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories