www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟ ସରକାର ଓ ଇଣ୍ଡିଆନ ରଗବି ଫୁଟବଲ ୟୁନିୟନ ରାଜିନାମା ସ୍ୱାକ୍ଷରିତ , ୨୦୨୩ ପର୍ଯ୍ୟନ୍ତ ରଗ୍‌ବି ଖେଳାଳୀଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟ ସରକାର ଏବଂ ଇଣ୍ଡିଆନ ରଗବି ଫୁଟବଲ ୟୁନିୟନ ମଧ୍ୟରେ ଆଜି ଏକ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଓଡିଶା ସରକାରଙ୍କ ପକ୍ଷରୁ କ୍ରୀଡା ନିର୍ଦେଶକ ଆର. ଭିନିଲ କ୍ରିଷ୍ଣା ଏବଂ ଇଣ୍ଡିଆନ ରଗବି ଫୁଟବଲ ୟୁନିୟନର ସଭାପତି ମାନେକ୍‌ ଉନ୍‌ୱାଲା ଏହି ରାଜିନାମାରେ ସ୍ବାକ୍ଷର କରିଥିଲେ। ଭାରତୀୟ ଜାତୀୟ ରଗବି ଦଳକୁ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ପ୍ରୋତ୍ସାହନ ଦିଆଯିବା ସହିତ ଖେଳାଳିମାନଙ୍କୁ ଉନ୍ନତ ତାଲିମ ପ୍ରଦାନରେ ଏହି ରାଜିନାମା ବେଶ ସହାୟକ ସାବ୍ୟସ୍ତ ହେବ। ଏହି ରାଜିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଭାଗୀୟ ଶାସନ ସଚିବ ବିଶାଳ କୁମାର ଦେବଙ୍କ ସମେତ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ରଗବି ୟୁନିୟନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories