www.samajalive.in
Monday, December 8, 2025
27.1 C
Bhubaneswar

ଚରମ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ମଙ୍ଗଳବାର ବାୟୁ ଗୁଣବତ୍ତା ସୂଚକାଙ୍କ ୩୦୪

ସାଧାରଣତଃ ଶୀତ ଋତୁରେ ’ସ୍ମଗ’ ଯୋଗୁଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ଖରାପ ସ୍ଥିିତିରେ ପହଞ୍ଚିଥାଏ । ମାତ୍ର ଶୀତ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ପ୍ରଦୂଷଣ ବର୍ଷର ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତଥ୍ୟ ଅନୁସାରେ ମଙ୍ଗଳବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୪ ସ୍କୋର ସହିତ ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି । ଚଳିତ ବର୍ଷର ଏହା ସବୁଠାରୁ ଖରାପ ସ୍ଥିତି। ପବନର ବେଗରେ ହ୍ରାସ ଏବଂ ନିମ୍ନ ତାପମାତ୍ରା ଯୋଗୁଁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ କୁହାଯାଇଛି ।

- Advertisement -

ଭୁ ବିଜ୍ଞାନ ମନ୍ତ୍ରଣାଳୟ ସୂଚନା ଅନୁସାରେ  ପଡୋଶୀ ପଞ୍ଜାବ, ହରିୟାଣା ଏବଂ ପାକିସ୍ଥାନର କ୍ଷେତରେ ନଡ଼ା ଜଳିବା ବୃଦ୍ଧି ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଉପରେ ମଧ୍ୟ ପ୍ରଭାବ ପକାଇଛି ।  ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୪ ରେକର୍ଡ଼ କରାଯାଇଛି ଯାହା ଅତ୍ୟନ୍ତ ଖରାପ ସ୍ଥିତି ବୋଲି କୁହାଯାଇଛି । ସୋମବାରଠାରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ହାରାହାରି ଏକ୍ୟୁଆଇ ୨୬୧ ରହିଛି । ରବିବାର ଏହା ହାରାହାରି ୨୧୬ ଓ ଶନିବାର ୨୨୧ ରେକର୍ଡ଼ କରାଯାଇଛି ।

ଦିଲ୍ଲୀର ୱାଜିରପୁରରେ AQI ୩୮୦, ବିବେକ ବିହାରରେ ୩୫୫ ଏବଂ ଜାହାଙ୍ଗୀରପୁରୀରେ ୩୪୯ରେ ପହଞ୍ଚିଥିବା ରେକର୍ଡ଼ ହୋଇଛି । ତେବେ ଦିଲ୍ଲୀର ସବୁଠୁ ସଫାସୁତୁରା ଅଞ୍ଚଳ କୁହାଯାଉଥିବା ଲୋଦୀ ରୋଡ଼ରେ ଏହା ୧୯୩ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ ତଥ୍ୟ ଅନୁସାରେ  ଦିଲ୍ଲୀ-ଏନସିଆରରେ ପିଏମ-୧୦  (PM10) ସ୍ତର ସକାଳ ୯ ଟାରେ ଘନ ମିଟର ପିଛା ୩୦୦ ମାଇକ୍ରୋଗ୍ରାମ୍ ରେକର୍ଡ଼ କରାଯାଇଛି | ଭାରତରେ କ୍ୟୁବିକ୍ ମିଟର ପ୍ରତି ୧୦୦ ମାଇକ୍ରୋଗ୍ରାମ୍ ତଳେ PM10 ସ୍ତର ସୁରକ୍ଷିତ ବୋଲି ବିବେଚନା କରାଯାଏ । ମାତ୍ର ଏହା ଦିଲ୍ଲୀରେ ୩ଗୁଣ ଅଧିକ ଦରରେ ରହିଛି । ଦିଲ୍ଲୀ, ଗାଜିଆବାଦ, ଫରିଦାବାଦ, ନୋଏଡା ଏବଂ ଗ୍ରେଟର ନୋଏଡାର ପଡୋଶୀ ଅଞ୍ଚଳ ମଧ୍ୟ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। ନାସାର କୃତ୍ରିମ ଉପଗ୍ରହ ଦ୍ୱାରା ନିଆଯାଇଥିବା ଫଟୋଗ୍ରାଫ ଅନୁଯାୟୀ, ପଞ୍ଜାବର ଅମୃତସର ଏବଂ ଫିରୋଜପୁର ଏବଂ ହରିୟାଣାର ପଟିଆଲା, ଅମ୍ବାଲାରେ ବ୍ୟାପକ ଅଞ୍ଚଳରେ ନିଆଁ ଜଳା ଯାଉଥିବା ଦେଖାଯାଇଛି । ଅର୍ଥାତ୍ ନଡ଼ା ଜଳାଯାଉଥିବାରୁ ବାୟୁ ପ୍ରଦୂଷିତ ହେଉଛି ବୋଲି ଏଥିରେ କୁହାଯାଇଛି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories