www.samajalive.in
Monday, December 8, 2025
27.1 C
Bhubaneswar

ଏଥର ଘୋଡା ଚଢି ଆସିବେ ମା’ ଜଗଦମ୍ବେ

ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ତିଥିରେ, ଶନିବାର ଦିନ ଚିତ୍ରା ନକ୍ଷତ୍ର ଏବଂ ଚନ୍ଦ୍ରମା ତୁଳା ରାଶିକୁ ଆଗମନ ହେଉଥିବା ସମୟରେ ଏଥର ନବରାତ୍ର ଆରମ୍ଭ ହେଉଛି । ସକାଳ ୭ଟା ୨୩ ମିନିଟରେ କଳସ ସ୍ଥାପନାର ଶୁଭ ସମୟ ରହିଛି। ଦିନ ୧ଟା ସମୟ ମଧ୍ୟରେ କଳସ ସ୍ଥାପନା ଭଳି ମାଙ୍ଗଳିକ କାର୍ଯ୍ୟ ସମାପ୍ତ କରିବା ଅତ୍ୟନ୍ତ ଶୁଭ ରହିବ ବୋଲି ଜୋର୍ତିବିଦ୍‌ମାନେ ମତ ପ୍ରକାଶ କରିଛନ୍ତି।

ତୁଳା ହେଉଛି ପଶ୍ଚିମ ଦିଗର ମାଲିକ। ଶନିବାର ଦିନ ଶନି ମଧ୍ୟ ପଶ୍ଚିମ ଦିଗର ମାଲିକ ଅଟନ୍ତି ଏବଂ ଘୋଡା ମଧ୍ୟ ଏହି ଦିଗର କାରକ ବୋଲି ବିବେଚନା କରାଯାଏ। ତେଣୁ ଏଥର ନବରାତ୍ରର ପ୍ରଥମ ଦିନ ଶନିବାର ପଡୁଥିବାରୁ ମା’ ଘୋଡା ଚଢି ପୃଥିବୀପୃଷ୍ଠକୁ ଆଗମନ କରିବେ। ଦେବୀ ଭଗବତ ପୁରାଣଙ୍କ ଅନୁଯାୟୀ, ଯେତେବେଳେ ମା ଦୁର୍ଗା ନବରାତ୍ରରେ ଘୋଡା ଚଢି ଆସିଥାନ୍ତି, ତାହା ଅଶୁଭ ସଙ୍କେତ ବୋଲି ବିବେଚନା କରାଯାଏ। ପଡୋଶୀ ଦେଶ ସହ ଯୁଦ୍ଧ, ଗୃହଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅସାମାଜିକ କାର୍ଯ୍ୟକଳାପ ସହ ଅଶାନ୍ତି ବୃଦ୍ଧି ହେବାର ସମ୍ଭାବନା ଥାଏ। ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଯୁଦ୍ଧ ଏବଂ ତୃତୀୟ ବିଶ୍ୱଯୁଦ୍ଧର ବିପଦ ସୃଷ୍ଟି କରିବ। ବେରୋଜଗାରୀ ଏବଂ ମୁଦ୍ରାସ୍ଫୀତିର ଭାର ଜନସାଧାରଣଙ୍କ ଉପରେ ବୃଦ୍ଧି ପାଇବ। ଏହା ସହ ଦେଶକୁ ବିପଦ ମାଡି ଆସେ ବୋଲି କୁହାଯାଏ। ଦେଶରେ ଅଗ୍ନିକାଣ୍ଡ, ସାମ୍ପ୍ରଦାୟିକ ହିଂସା ଓ ଆତଙ୍କବାଦ ଭଳି ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ତେଣୁ ମା’ଙ୍କ ଘୋଡା ବାହନ ଶୁଭ ବୋଲି ବିବେଚନା କରାଯାଏ ନାହିଁ।

- Advertisement -

ଏହା ସହ ଅନ୍ୟ ଏକ ସଂଯୋଗ ରହିଛି ଯେ, ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ରେ ହେବାକୁ ଥିବା ବାସନ୍ତୀ ଚୈତ୍ର ନବରାତ୍ରରେ ମା’ ଘୋଡା ବା ଅଶ୍ବ ବାହନରେ ପୃଥିବୀପୃଷ୍ଠକୁ ଅବତରଣ କରିବେ। ଏହା ମଧ୍ୟ ଆଗାମୀ ବର୍ଷ ପାଇଁ ଅଶୁଭ ସଙ୍କେତ ବୋଲି କୁହାଯାଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories