www.samajalive.in
Monday, December 8, 2025
20.1 C
Bhubaneswar

ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଜନ୍ମଦିନ : ଜାଣନ୍ତୁ ତାଙ୍କ ସହ ଜଡ଼ିତ କିଛି ଜଣା ଅଜଣା କଥା

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆଜି ଏଭଳି ଲକ୍ଷ ଲକ୍ଷ ଟ୍ୱିଟ ଓ ସନ୍ଦେଶ, ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ନିକଟରେ ପହଞ୍ଚି ସାରିସାରିଥିବ। ୧୯୪୨ ମସିହା ଅକ୍ଟୋବର ୧୧ରେ ବଲିଉଡର ବାଦଶାହ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କର ୭୮ତମ ଜନ୍ମ ଦିନ। ଆଉ କିଛି ଦିନ ମଧ୍ୟରେ ତାଙ୍କ ଖୁବ ଲୋକପ୍ରିୟ ଶୋ ‘କୋନ ବନେଗା କରୋଡପତି’ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ବିଗ ବି ଖୁବ ଫିଟ ଓ ଆକ୍ଟିଭ ଦେଖାଯାଉଛନ୍ତି। ଏହାର ରହସ୍ୟ ବିଗ୍‍ ବିଙ୍କର ପ୍ରଶଂସକ ଜାଣିବାକୁ ସର୍ବଦା ହିଁ ଇଚ୍ଛା କରିଥାଆନ୍ତି। ଜାଣନ୍ତୁ ଏହା ବିଷୟରେ …..
ଅମିତାଭ ବଚ୍ଚନ ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ ଯତ୍ନ ଦେଇଥାଆନ୍ତି। ସେ ନିୟମିତ ବ୍ୟାୟାମ ଓ ଯୋଗ କରନ୍ତି।
ପ୍ରାତଃ ଭ୍ରମଣରେ ମଧ୍ୟ ଯାଇଥାଆନ୍ତି।
ଏହାସହ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଓ ପୃଷ୍ଟିକର ଖାଦ୍ୟ ନିୟମିତ ଖାଇଥାଆନ୍ତି।
ଅତି କମ ପରିମାଣରେ ମିଠାର ସେବନ କରନ୍ତି।
ଦିନସାରା ମଧ୍ୟ ସେ ଆବଶ୍ୟକ ପରିମାଣରେ କାର୍ଯ୍ୟ କରିଥାଆନ୍ତି।
ନିଜ ଶରୀର ପ୍ରତି ଯତ୍ନବାନ ରହିବା ସହ ବିଗ୍‍ ବି ଚା’ ଓ କଫିର ସେବନ ଠାରୁ ନିଜକୁ ଦୂରେଇ ରଖିଥାଆନ୍ତି। ଏକ ସାକ୍ଷାତକାରରେ ବିଗ୍‍ ବି କହିଥିଲେ ସେ ପୂର୍ବରୁ ଚା’ ଓ କଫିର ସେବନ କରୁଥିଲେ ମଧ୍ୟ ବର୍ତ୍ତମାନ ବୟସ ଓ ଶରୀରକୁ ଦୃଷ୍ଟିରେ ରଖି ସେ ଏହା ଠାରୁ ନିଜକୁ ଦୂରେଇ ରଖିଛନ୍ତି।
ଏହାସହ ସେ ମୃଦୁ ପାନୀୟ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିଛନ୍ତି।
ସକାଳେ ସେ ଜଲଦି ଉଠନ୍ତି। ତାଙ୍କର ଦିନର ଶୁମ୍ଭାରମ୍ଭ ପ୍ରାତଃ ଭ୍ରମଣରୁ ଆରମ୍ଭ ହୋଇଥାଏ। ବ୍ୟାୟାମ କରିବା ପରେ ସେ ନିଜ ଦୈନନ୍ଦିନ କାର୍ଯ୍ୟର ଆରମ୍ଭ କରିଥାଆନ୍ତି।

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories