www.samajalive.in
Monday, December 8, 2025
17.1 C
Bhubaneswar

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟ ସରକାର ବିଗତ ୪ ବର୍ଷ ମଧ୍ୟରେ ଚାରି ଚାରି ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଛନ୍ତି। ଅନ୍ୟ ପଟେ ଗତ ୭ ବର୍ଷ ମଧ୍ୟରେ ମାତ୍ର ଥରଟିଏ ବିଦ୍ୟୁତ ଦର ବୃଦ୍ଧି ହୋଇଛି ବୋଲି କହି ଶକ୍ତିମନ୍ତ୍ରୀ ପବିତ୍ର ବିଧାନସଭା ଗୃହକୁ ଅପମାନ କରିବା ସହ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାର ଅପପ୍ରୟାସ କରିଛନ୍ତି। କୋଭିଡ୍-୧୯ ଭଳି ମହାମାରୀ କାରଣରୁ ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି। ମାତ୍ର ପ୍ରତାରଣା କରି ରାଜ୍ୟ ସରକାର ରାଜ୍ୟବାସୀଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ବିଜୁଳି ଶୁଳ୍କର ବୃଦ୍ଧି କରିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ପ୍ରଥମ ଦିନରୁ ବିଜେପି ଏହି ଦରବୃଦ୍ଧିକୁ ବିରୋଧ କରିଆସୁଛି ଏବଂ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି।
ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଏବଂ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ରାଜଧାନୀ ଭୂନେଶ୍ୱରର ପ୍ରମୁଖ ୩୫ ଟି ସ୍ଥାନ ଏବଂ ଛକମାନଙ୍କରେ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଣ୍ଟିଆ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ସନ୍ତୋଷ ଜେନା, ଜଗନ୍ନାଥ ବେହେରା, ଶଶିପ୍ରଭା ରଥ, ରାମ ରଣସିଂହ, ସୁନିଲ ପ୍ରଧାନ, ଅମରଜ୍ୟୋତି ଜଗଦ୍ଦେବ, ଅରୁଣ ପୁରୋହିତ, ଶିବ ବେହେରା, ତାପସ ଦଳେଇ, ଦାମୋଦର ବେହେରା, ଅଞ୍ଜନ ନାଥ, ଦେବ ପତି, ଦିଲ୍ଲୀପ ବେହେରା, ମନୋଜ ପଶ୍ଚିମକବାଟ, ସୁବାଷିନୀ ପୃଷ୍ଟି, ତୃପ୍ତିମୟୀ ମକଦ୍ଦମ, ମାନସୀ ରାୟ, ସୁଶାନ୍ତ ସାବତ ପ୍ରମୁଖ ବିଭିନ୍ନ ଛକମାନଙ୍କରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories