www.samajalive.in
Monday, December 8, 2025
27.1 C
Bhubaneswar

ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ବଢ଼ୁଛି କରୋନା ସଂକ୍ରମଣ ୩୦୬୬ କର୍ମଚାରୀ ସଂକ୍ରମିତ ,ଗଲାଣି ୧୪ ମୁଣ୍ଡ

ଭୁବନେଶ୍ବର: ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏଥିରୁ ବାଦ୍‌ ଯାଇନାହାନ୍ତି ବ୍ୟାଙ୍କ କର୍ମଚାରୀ । ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମାତ୍ରା ବଢ଼ିବାରେ ଲାଗିଛି । ବିଭିନ୍ନ ବ୍ୟାଙ୍କର ୩୦୬୬ କର୍ମଚାରୀ ଏବେ କରୋନା ସଂକ୍ରମିତ । ଏମିତିକି କରୋନାରେ ୧୪ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କରେ କାର୍ଯ୍ୟ ସମ୍ପାଦନ କରାଯାଉଛି । ତେଣୁ ଏଭଳି ପରିସ୍ଥିତିରେ ୫୦%ରୁ ୭୫%  କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାମ କରିବାକୁ ଅନୁମତି ଦେବାକୁ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ଏହାଫଳରେ ସଂକ୍ରମଣର ଚେନ୍‌କୁ ରୋକାଯାଇପାରିବବୋଲ କୁହାଯାଇଛି । ସେହିଭଳି ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଛି । ଇତିମଧ୍ୟରେ ପ୍ରଥମ ଶନିବାର ଶେଷ ହୋଇଯାଇଛି । ତେଣୁ ଚଳିତମାସର ତୃତୀୟ ଶନିବାରକୁ ବ୍ୟାଙ୍କ ବନ୍ଦ ଘୋଷଣା କରିବାକୁ ମଧ୍ୟ ଏସ୍‌ଏଲ୍‌ବିସି ଦାବି ଉପସ୍ଥାପନ କରିଛି । ତେବେ ବର୍ତ୍ତମାନ ସ୍ଥିତିରେ  ବ୍ୟାଙ୍କ କାର୍ଯ୍ୟ ନିର୍ଘଣ୍ଟ ସମୟକୁ ସକାଳ ୧୦ଟାରୁ ଦିନ ୨ଟା କରିବାକୁ ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘର ଓଡ଼ିଶା ଶାଖା ସଭାପତି ଦାମୋଦର ନନ୍ଦ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories