www.samajalive.in
Monday, December 8, 2025
20.1 C
Bhubaneswar

ପ୍ରେସ କ୍ଲବ ପକ୍ଷରୁ ସାମୂହିକ କୋଭିଡ ଆଣ୍ଟିଜେନ ପରୀକ୍ଷା ଶିବିର

ଫୁଲବାଣୀ: ଫୁଲବାଣୀର ସାମ୍ବାଦିକ ତାରିଣୀ ପାଢୀଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଯିବା ପରେ କନ୍ଧମାଳ ଜିଲ୍ଲା ତଥା ସମଗ୍ର ରାଜ୍ୟରେ ଗଣମାଧ୍ୟମ ମହଲରେ ଅଲୋଡନ ସୃଷ୍ଟି ହୋଇଛି। ସେଥିପାଇଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ସାମ୍ବାଦିକ ସଂଗଠନ ଦ୍ୱାରା ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ସେହିପରି ଆଜି କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ଆନୁକୁଲ୍ୟରେ ଫୁଲବାଣୀ ସାମ୍ବାଦିକ ଭବନଠାରେ ସ୍ୱର୍ଗତ ତାରିଣୀ ପାଢୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାମୂହିକ କୋଭିଡ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ପ୍ରେସକ୍ଳବର ସଭାପତି ଶିବପ୍ରସାଦ ତ୍ରିପାଠୀ ଏବଂ ସମ୍ପାଦକ ଅଜିତ କୁମାର ମହାରଣାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଫୁଲବାଣୀର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଅନ୍ୟମାନେ ମଧ୍ୟ ଆସି ସେଠାରେ କୋଭିଡ ପରୀକ୍ଷା କରାଇଥିଲେ। ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସାମ୍ପୁଲ କଲେକ୍ସନ ଟିମ ଓ ସର୍ଭାଇଲେନ୍ସ ଟିମ ଭଳି ଦୁଇଟି ଦଳ ଏହି ପରୀକ୍ଷା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମୋଟ ୫୬ ଜଣଙ୍କର ଆଣ୍ଟିଜେନ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଯେଉଁ ସବୁ ଗଣମାଧ୍ୟମ ପ୍ରତିନିଧିମାନେ ଆଣ୍ଟିଜେଣ୍ଟ ପରୀକ୍ଷା କରାଇଥିଲେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବାରୁ ସମସ୍ତ ସାମ୍ବାଦିକମାନେ ଆଶ୍ୱସ୍ତି ଅନୁଭବ କରିଛନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟ ବିଭାଗର ଆଶିଷ୍‍ କୁମାର ମହାନ୍ତି ଓ ଅନ୍ୟମାନଙ୍କ ସମେତ ପ୍ରେସ୍‍ କ୍ଳବର ସମସ୍ତ କର୍ମକର୍ତ୍ତାମାନେ ପରିିଚାଳନାରେ ସହଯୋଗ କରିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories