www.samajalive.in
Monday, December 8, 2025
20.1 C
Bhubaneswar

ଜାତୀୟ ସ୍ୱେଛାକୃତ ରକ୍ତଦାନ ଦିବସ ଅବସରରେ ରକ୍ତଦାନ ଶିବିର, ପ୍ରଥମେ ଦେଲେ କରୋନା ଯୋଦ୍ଧା

ଫୁଲବାଣୀ: ଜାତୀୟ ସ୍ୱେଛାକୃତ ରକ୍ତଦାନ ଦିବସ ପାଳନ ଅବସରରେ ଆଜି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର କରୋନା ଯୋଦ୍ଧା ଡାକ୍ତର ସୁନିଲ କୁମାର ବେହେରା ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ। ଏଥିରେ ସ୍ୱେଛାସେବୀ ଭି.ଲୋକନାଥ ରାଜୁ ସହଯୋଗ କରିଥିଲେ। ଫୁଲବାଣୀ ରକ୍ତ ଭଣ୍ଡାରର ଟେକନିସିଆନ ଶରତଚନ୍ଦ୍ର ଭଟ୍ଟ, ଦିନକୃଷ୍ଣ ମହନ୍ତ, ତୁଷାରକାନ୍ତ ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଶିବିରକୁ କୋଭିଡ ନିୟମ ଅନୁସାରେ ସାମାଜିକ ଦୁରତା ବଜାୟ ରଖି ଆୟୋଜନ କରାଯାଇ ଥିବାବେଳେ ଏଥିରେ ମୋଟ ୧୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। କରୋନା ସଂକ୍ରମଣକୁ ଆଖିରେ ରଖି କନ୍ଧମାଳ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ ହୋଇ ପାରୁ ନ ଥିବାରୁ ଫୁଲବାଣୀ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି। ଗତ କିଛିଦିନ ହେଲା କେବଳ ଫୁଲବାଣୀର ରକ୍ତଦାତାମାନେ ସ୍ୱେଛାକୃତ ଭାବରେ ଆସି ଡାକ୍ତରଖାନାର ରୋଗୀମାନଙ୍କର ରକ୍ତର ଆବଶ୍ୟକତା ପୁରଣ କରୁଛନ୍ତି। ରକ୍ତଭଣ୍ଡାରରେ କିଛି କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହେବା ଯୋଗୁଁ ରକ୍ତଦାତାମାନଙ୍କ ମନରେ ମଧ୍ୟ ଭୟ ସୃଷ୍ଟି ହୋଇଛି ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରିବାକୁ। ତଥାପି ରୋଗୀଙ୍କୁ ରକ୍ତ ଯୋଗାଇ ଦେବା କାର୍ଯ୍ୟ କିଛି ସ୍ୱେଛାସେବୀଙ୍କ ସହାୟତାରେ ଜାରୀ ରହିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories