www.samajalive.in
Monday, December 8, 2025
17.1 C
Bhubaneswar

ମାମୁଁ ଘରେ ଆତ୍ମହତ୍ୟା କଲା ଭଣଜା : ଗଢି ଉଠିଥିଲା ପ୍ରେମ ସମ୍ପର୍କ, ନାପସନ୍ଦ କରୁଥିଲେ ପରିବାର 

ବଲାଙ୍ଗିର : ବଲାଙ୍ଗିର ସହର ନିକଟସ୍ଥ ଚଟିଆପାଲିରେ ବୁଧବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ମାମୁଁ ଘରକୁ ଆସିଥିବା ଭଣଜା ବାଡିରେ ଥିବା ଏକ ଗଛରେ ଫାସ ଲଗେଇ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଯୁବକ ଜଣକଙ୍କ ନାମ ନାରାୟଣ ମଲ୍ଲିକ(୨୨) ବୋଲି ଜଣାପଡିଛି। ଏହି ଖବର ପ୍ରଚାରିତ ହେଲା ପରେ ସ୍ଥାନୀୟ ଅଞ୍ଚଳରେ ଭଣଜାର ଆତ୍ମହତ୍ୟା ଆଲୋଚନାର ବିଷୟ ହୋଇଛି। ତେବେ ଘଟଣା ସମ୍ପର୍କରେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାରାୟଣର ବାପା ନକୁଲ ମଲ୍ଲିକ ପୁଅର ଏଭଳି ଅବସ୍ଥା ଦେଖି ଗୁରୁତର ହୋଇ ପଡିଥିବା ବେଳେ ତାଙ୍କୁ ମଧ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେହିପରି ଟାଉନ ଥାନା ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିବା ପରେ ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ପଠାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଆତ୍ମହତ୍ୟା  ପଛରେ ପ୍ରେମ ସମ୍ପର୍କ ରହିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି।  ମୃତ ନାରାୟଣ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସେ କୁଶଙ୍ଗ ଗାଁର ବୋଲି ଜଣାପଡିଛି। ତେବେ ମାମୁଁ ଝିଅ ସାଙ୍ଗେ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ନାରାୟଣ ନିଶାଖୋର ହୋଇଥିବାରୁ କେହି ପସନ୍ଦ କରୁନଥିଲେ। ଏନେଇ ଗତ କିଛି ଦିନ ତଳେ ମାମୁଁ ଘର ଲୋକଙ୍କ ସହ ଝଗଡା କରିଥିଲା ନାରାୟଣ। ଏହା ସହ ଯୋରଜବରଦସ୍ତ ମାମୁଁ ଝିଅକୁ ବାହା ହେବାକୁ ଜିଦ୍ ଧରିଥିଲା। ହେଲେ ବାହାଘର ପାଇଁ ପ୍ରସ୍ତାବ ଦେଉଥିଲେ ହେଁ ମାମୁଁ ଘର ଲୋକେ ଗ୍ରହଣ କରିନଥିଲେ। ତେବେ ଏସବୁ ଭିତରେ ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଭିନ୍ନ ଭିନ୍ନ ଦିଗ ଉପରେ ତର୍ଜମା କରୁଛି ପୁଲିସ। ଶବ ବ୍ୟବଚ୍ଛେଦ ଓ ପାରିପାର୍ଶ୍ବିକ ପରିସ୍ଥିତି ମୃତ୍ୟୁର କାରଣ ସ୍ପଷ୍ଟ କରିବ ବୋଲି ବିଭାଗୀୟ ତଦନ୍ତ କରୁଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories