www.samajalive.in
Monday, December 8, 2025
27.1 C
Bhubaneswar

୨୦୨୧ ମାର୍ଚ୍ଚରୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍‍ସ ମଶାଲ ରିଲେ

ଟୋକିଓ : ସାରାବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ଚଳିତବର୍ଷ ଜାପାନ ରାଜଧାନୀ ଟୋକିଓରେ ହେବାକୁ ଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକ୍‍ସ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ଏହି ଅଲିମ୍ପିକ୍‍ସର ମଶାଲ ରିଲେ ବା ମଶାଲର ବିଶ୍ୱଭ୍ରମଣ ମଧ୍ୟ ଘୁଞ୍ଚିଯାଇଛି। ଟୋକିଓ ଅଲିମ୍ପିକ୍‍ସ ମଶାଲ ରିଲେ ଆସନ୍ତାବର୍ଷ ମାର୍ଚ୍ଚ ୨୫ରୁ ଜାପାନର ଫୁକୁସିମା ଅଞ୍ଚଳରୁ ଆରମ୍ଭହେବ ବୋଲି ଅଲିମ୍ପିକ୍‍ସର ଆୟୋଜନ କମିଟି ଘୋଷଣା କରିଛି। ଫୁକୁସିମା ହେଉଛି ଜାପାନର ସେହି ଅଞ୍ଚଳ; ଯାହା ୨୦୧୧ରେ ଭୂମିକମ୍ପ ଓ ସୁନାମି ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା।
୨୦୨୦ରେ ଟୋକିଓରେ ଅଲିମ୍ପିକ୍‍ସ ହେବାର କାର୍ଯ୍ୟକ୍ରମ ଥିବାରୁ କିଛିମାସ ତଳେ ଅଲିମ୍ପିକ୍‍ କ୍ରୀଡ଼ାର ଜନ୍ମସ୍ଥାନ ଗ୍ରୀସ୍‍ରୁ ଅଲିମ୍ପିକ୍‍ସ ମଶାଲ ଜାପାନରେ ପହଞ୍ଚି ସାରିଥିଲା। ତେବେ ଏହି କ୍ରୀଡ଼ା ୧୨ ମାସ ଘୁଞ୍ଚି ଯାଇଥିବାରୁ ମଶାଲ ରିଲେ ଆରମ୍ଭ ହୋଇନଥିଲା। ବର୍ତ୍ତମାନ ଏହି ମଶାଲକୁ ଟୋକିଓ ସହରରେ ସର୍ବସାଧାରଣ ଦେଖିବା ଭଲି ସ୍ଥାନରେ ରଖାଯାଇଛି। ଏବେ ମଶାଲ ରିଲେର ସାନି ତାରିଖ ଘୋଷଣା କରିଛି ଟୋକିଓ ଅଲିମ୍ପିକ୍‍ସ ଆୟୋଜକ କମିଟି। ଏହି ମଶାଲ ରିଲେ ଜାପାନର ସମସ୍ତ ୪୭ଟି ଅଞ୍ଚଳିକ ପ୍ରଦେଶ ମଧ୍ୟ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ମଶାଲ ରିଲେ ବେଳେ ସମସ୍ତ କୋଭିଡ୍‍ ନିୟମ ପାଳନ କରାଯିବ। ଟୋକିଓ ଅଲିମ୍ପିକ୍‍ କ୍ରୀଡ଼ା ବର୍ଷେ ଘୁଞ୍ଚାଇଦେବା ପରେ କ୍ରୀଡ଼ାର ଆୟୋଜକଙ୍କୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଫଳରେ ଆଗକୁ ଏହି କ୍ରୀଡ଼ା ଆୟୋଜନରେ ଖର୍ଚ୍ଚକାଟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଶାଲ ରିଲେରେ ମଧ୍ୟ ଅଧିକ ଅର୍ଥ ଯେପରି ଖର୍ଚ୍ଚ ନହୁଏ; ତାହା ମଧ୍ୟ ନିଶ୍ଚିତ କରାଯିବ। ଟୋକିଓ ଅଲିମ୍ପିକ୍‍ କ୍ରୀଡ଼ା ଆସନ୍ତାବର୍ଷ ଜୁଲାଇ ୨୩ରୁ ଆରମ୍ଭହେବ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories