www.samajalive.in
Monday, December 8, 2025
20.1 C
Bhubaneswar

୩୦ ଜିଲାରୁ ୪ ହଜାର ୨୪୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୨୪୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୫୦୩ ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୭୩୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୧,୮୪,୧୨୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୫,୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭,୬୮୪ ଜଣ ଚିକିତ୍ସାଧିୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

- Advertisement -

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୨। ଅନୁଗୁଳରୁ ୧୩୦, ବାଲେଶ୍ୱର ୧୫୫, ବରଗଡ଼ ୧୧୪, ଭଦ୍ରକ ୧୧୪, ବଲାଙ୍ଗୀର ୬୮, ବୌଦ୍ଧ ୪୫, କଟକ ୫୯୫, ଦେଓଗଡ଼ ୧୦, ଢେଙ୍କାନାଳ ୭୧, ଗଜପତି ୨୭, ଗଞ୍ଜାମ ୫୭, ଜଗତସିଂହପୁର ୧୭୬, ଯାଜପୁର ୧୩୧, ଝାରସୁଗୁଡ଼ା ୨୦୫, କଳାହାଣ୍ଡି ୪୦, କନ୍ଧମାଳ ୧୫୩, କେନ୍ଦ୍ରାପଡ଼ା ୧୫୫, କେନ୍ଦୁଝର ୬୨, କୋରାପୁଟ ୯୦, ମାଲକାନଗିରି ୬୯, ମୟୁରଭଞ୍ଜ ୧୭୧, ନବରଙ୍ଗପୁର ୫୪, ନୟାଗଡ଼ ୫୩, ନୂଆପଡ଼ା ୫୮, ପୁରୀ ୧୮୨, ରାୟଗଡ଼ା ୧୩୪, ସମ୍ବଲପୁର ୧୧୩, ସୋନପୁର ୧୯, ସୁନ୍ଦରଗଡ଼ ୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories