www.samajalive.in
Monday, December 8, 2025
17.1 C
Bhubaneswar

କୋଭିଡ଼୍‍ ହସପିଟାଲରେ ବିଶିଷ୍ଟ ବ୍ୟବସାୟୀଙ୍କ ମୃତ୍ୟୁ, ସମଗ୍ର ଅଞ୍ଚଳରେ ଶୋକର ଛାୟା

ଫୁଲବାଣୀ: ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ହଟପଦା ସାହିରେ ବସବାସ କରୁଥିବା ବିଶିଷ୍ଟ ବ୍ୟବସାୟୀ ତଥା ବରିଷ୍ଠ ନାଗରିିକ ପି.ରାମଚନ୍ଦ୍ର ସେନାପତିଙ୍କର ଭୁବନେଶ୍ୱର କୋଭିଡ଼୍‍ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ସମଗ୍ର ଜିଲାରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆଜି ତାଙ୍କ ମୃତ୍ୟୁରେ ଫୁଲବାଣୀ ସ୍ଥିତ ଜଗନ୍ନାଥ ବଜାର, ଲକ୍ଷ୍ମୀ ବଜାର ଓ ଗଣେଶ ବଜାର ପ୍ରମୁଖ ବନ୍ଦ ରହିଥିଲା।

ଖବର ପ୍ରକାରେ, ସେ ଗତକିଛିଦିନ ହେଲା କୋଭିଡ଼୍‍ ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ପ୍ରଥମେ ତାକୁଂ ଫୁଲବାଣୀ କୋଭିଡ଼୍‍ ମେଡ଼ିକାଲ୍‍ ଓ ପରେ ଅଧିକ ଚିକିତ୍ସାର ଆବଶ୍ୟକ ପଡ଼ିବାରୁ ଭୁବନେଶ୍ୱର ନିଆଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗତକାଲି ରାତ୍ରରେ ମୃତ୍ୟୁ ହୋଇଛି। ଏ ସଂପର୍କରେ ମେଡ଼ିକାଲ୍‍ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଖବର ଦେବାପରେ ଏକମାତ୍ର ପୁଅ ପି.ସୁଧାଂଶୁ କୁମାର ସେନାପତି ଓ ଅନ୍ୟମାନେ ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ପରିବାର ଉପସ୍ଥିତିରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ସେହିଭଳି ବିଶିଷ୍ଟ ବ୍ୟବସାୟୀଙ୍କ ମୃତ୍ୟୁ ଖବର ପାଇଁ ସମଗ୍ର ସହରରେ ମଧ୍ୟ ଶୋକରଛାୟା ଖେଳି ଯାଇଥିବା ବେଳେ ଆଜି ସହର ବଣିକ ସଂଘ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରିବା ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହର ବଣିକ ସଂଘର ସଭାପତି ଅଶୋକ ପଟନାୟକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏକ ଶୋକସଭାରେ ନିକଟରେ ମୃତ୍ୟୁବରଣ କରିଥିବା ଅନ୍ୟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଶୋକ ପ୍ରକାଶ କରାଯାଇଥିଲା। ଏଥିରେ ବହୁ ବ୍ୟବସାୟୀ ମାନକଂ ସମେତ ସହର ବଣିକ ସଂଘର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

- Advertisement -

ସେହିଭଳି ଫୁଲବାଣୀ ସ୍ଥିତ ଜଗନ୍ନାଥ ବଜାରର ଅନ୍ୟଜଣେ ପ୍ରତିଷ୍ଠିତ ମହିଳା ତଥା ବ୍ୟବସାୟୀ ଚିଏଚ୍‍.ନମିତା ପାତ୍ରଙ୍କର ବିୟୋଗ ଘଟିଛି। ତାଙ୍କର କିଛି ସଂପର୍କିୟ କୋଭିଡ଼୍‍ ସଂକ୍ରମିତ ଥିବା ଯୋଗୁଁ ଏହାକୁ ଚିନ୍ତା କରି ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ତାକ ପୁଅ ପ୍ରକାଶ କରିଛନ୍ତି। ସ୍ୱର୍ଗତ ପାତ୍ର ଗତ ୨ ଦିନ ହେଲା ଅସୁସ୍ଥ ହୋଇଥିବା ବେଳେ ଡ଼ାକ୍ତରଖାନରେ ଦେଖାଇବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁପରେ ସହରର ସମସ୍ତ କିରାଣି ଦୋକାନ ଆଜି ବନ୍ଦଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories