www.samajalive.in
Monday, December 8, 2025
27.1 C
Bhubaneswar

କନ୍ଧମାଳ: ୧୭୮ ଚିହ୍ନଟ ସହ ମୋଟ ସଂକ୍ରମିତ ସଂଖ୍ୟା ୩୫୩୬

ଫୁଲବାଣୀ: କନ୍ଧମାଳରେ ପୁଣି ଦୈନିକ ସଂକ୍ରମଣ ଚିହ୍ନଟ ଶତକ ଟପିଛି। ଆଜି ୧୭୮ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ଏହି ସଂକ୍ରମିତଙ୍କ ମଧ୍ୟରେ ୮୫ ଜଣ ପୁରୁଷ ଥିବା ବେଳେ ୯୩ ଜଣ ମହିଳା ଅଛନ୍ତି। କ.ନୂଆଗାଁ ଥାନାର ୧୦ ଜଣ ପୁଲିସ୍‍ କର୍ମଚାରୀ ସମେତ ୧୮ ଜଣ କୋଭିଡ୍‍ ଯୋଦ୍ଧା ରହିଛନ୍ତି।

ଫୁୂଲବାଣୀରୁ ସର୍ବାଧିକ ୬୬ ଜଣ ଚିହ୍ନଟ ହୋଇଥିବା ବେଳେ, ଜି.ଉଦୟଗିରିରୁ ୧୭ଜଣ, କ.ନୂଆଗାଁରୁ ୨୦ଜଣ, ଟିକାବାଲିରୁ ୫ ଜଣ, ତୁମୁଡ଼ିବନ୍ଧରୁ ୫ଜଣ, ଚକାପାଦରୁ ୮ଜଣ, ରାଇକିଆରୁ ୩ଜଣ, ଦାରିଙ୍ଗବାଡ଼ିରୁ ୧୨ଜଣ, ଖଜୁରିପଡ଼ାରୁ ୧୦ଜଣ, ବାଲିଗୁଡ଼ାରୁ ୧୩ଜଣ, ଫିିରିଙ୍ଗିଆରୁ ୧୬ଜଣ ଓ ଅନ୍ୟାନ୍ୟ ୨ଜଣ ରହିଛନ୍ତି। ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୩୫୩୬ଜଣ ଚିହ୍ନଟ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର ସରକାରୀ ଭାବେ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିବା ବେଳେ ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି। ୨୭୯୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବାକି ୭୫୩ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

- Advertisement -

ତେବେ ରିପୋର୍ଟ ପ୍ରକାରେ ପ୍ରଥମଥର ପାଇଁ କନ୍ଧମାଳ ଜିଲାରେ ସକ୍ରିୟ ସଂକ୍ରମିତ ସଂଖ୍ୟା ୭୦୦ ଟପିଛି। ତେବେ କରେନା କଟକଣା ନେଇ ପୂର୍ବରୁ ଯେଭଳି ଭାବେ ପ୍ରଶାସନ ପକ୍ଷରୁ ଆନ୍ତରିକତା ପ୍ରକାଶ କରି ଘନ ଘନ ଯାଞ୍ଚ ସହିତ ଚଢାଉ କରାଯାଉଥିଲା ବର୍ତ୍ତମାନ ତାହା ଆଉ ଦେଖିବାକୁ ମିଳୁନାହିଁ। ଜିଲା ପ୍ରଶାସନ ଏକ ପ୍ରକାର ସୁପ୍ତ ହୋଇ ଶୋଇ ରହିଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ଏପରିକି ସହରରେ ଯେଉଁ କେତେକେ ଫାଇନ୍‍ ଆଦାୟ ବୋଲି ଏକାଧିକ ପୁଲିସ୍‍ କର୍ମଚାରୀ ସହିତ ଅନ୍ୟ କର୍ମଚାରୀମାନଙ୍କୁ ଧରି ଦିନ ତମାମ୍‍ ସମଗ୍ର ସହରରେ ଚକ୍କର ମାରୁଥିଲେ ମଧ୍ୟ କେହି ଗାଡ଼ିରୁ ଓଲ୍ଲାଉ ନାହାନ୍ତି କିମ୍ବା ଗହଳିଥିଲେ ଦେଖେଣାହାରି ଭଳି ଦେଖି ସେଠାରୁ ଚାଲିଯାଉଛନ୍ତି ବୋଲି ମଧ୍ୟ ଦେଖାଯାଇଛି। ସେହିଭଳି ଅନେକ ଅମାନିଆମାନଙ୍କ ଯୋଗୁଁ ମଧ୍ୟ ଦିନକୁ ଦିନ ପରିସ୍ଥିତି ଅଣାୟତ ହେଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ବର୍ତ୍ତମାନ ଅନେକ ସଂକ୍ରମିତ ହୋମ୍‍ ଆଇସୋଲେସନ୍‍ରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଖୋଲାଖୋଲି ଭାବେ ବୁଲୁଥିବାର ମଧ୍ୟ ସାଧାରଣରେ ଅଭିଯୋଗ ହୋଇଛି। ପୂର୍ବରୁ ଯେଉଁ ମାନେ ହୋମ୍‍ ଆଇସୋଲେସନରେ ରହୁଥିଲେ ସେମାନଙ୍କ ପାଖକୁ ସ୍ୱାସ୍ଥ୍ୟ କିମ୍ବା ଅଙ୍ଗନୱାଡ଼ି କର୍ମଚାରୀ ଆସୁଥିବା ବେଳେ ବର୍ତ୍ତମାନ କେହି କୁଆଡ଼େ ଯାଉନଥିବା ଯୋଗୁଁ ମଧ୍ୟ ଏହି ପରିସ୍ଥିତି ଉପୁଜୁଥିବାର ସାଧାରଣରେ ଅଭିଯୋଗ ହୋଇଛି। ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories