www.samajalive.in
Monday, December 8, 2025
24.1 C
Bhubaneswar

ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସ ଖରାପ, ଘଣ୍ଟାଏ ଅଟକିଲା ରାସ୍ତାରେ

ଫୁଲବାଣୀ: ଜଣେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଖଜୁରିପଡ଼ା ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟରେ ଖରାପ ହୋଇଯିବା ଫଳରେ ପ୍ରାୟ ଏକ ଘଣ୍ଟା ଧରି ଆମ୍ବୁଲାନ୍ସଟି ବାଟରେ ଅଟକିଥିଲା। ପରେ ଫୁଲବାଣୀରୁ ଆଉ ଏକ ଆମ୍ବୁଲାନ୍ସ ପହଞ୍ଚି ଉକ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ କଟକ ନେଇଥିବା ପ୍ରକାଶ।

ଖବର ପ୍ରକାରେ, କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଡ଼ଙ୍ଗାସାହିର ଦମୟନ୍ତି ବେହେରା ନାମକ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅଧିକ ଚିକିତ୍ସାର ଆବଶ୍ୟକ ଯୋଗୁଁ ତାଙ୍କୁ ରାତିରେ ଆମ୍ବୁଲାନ୍ସରେ କଟକ ନିଆଯାଉଥିବା ବେଳେ ଉକ୍ତ ଗାଡ଼ିଟି ଖରାପ ହୋଇଯାଇଥିଲା। ଏହାପରେ ଗାଡ଼ିରେ ବସିଥିବା ପରିବାରର ଅନ୍ୟ ସଦସ୍ୟମାନେ ଚିନ୍ତାରେ ପଡ଼ିଯାଇଥିବା ବେଳେ ପ୍ରାୟ ଏକଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ପହଞ୍ଚି ରୋଗୀକୁ ଚିକିତ୍ସା ପାଇଁ ନେଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories