www.samajalive.in
Monday, December 8, 2025
20.1 C
Bhubaneswar

କୋଭିଡ୍ ସଂକ୍ରମଣରେ ମୃତ ପୁଲିସ୍ ଏଏସଆଇଙ୍କୁ ଶେଷ ସମ୍ମାନ

ଫୁଲବାଣୀ : କୋଭିଡ୍ ସଂକ୍ରମଣରେ ଦ୍ୱିତୀୟ ପୁଲିସ୍ କର୍ମଚାରୀ ଭାବେ ଟିକାବାଲି ଥାନାର ଏଏସଆଇ ସୁବାଷ ଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇ ଯାଇଛି। ସେ କୋଭିଡ୍ ସଂକ୍ରମିତ ହେବା ପରେ ତାଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ରବିବାର ତାଙ୍କର ସେଠାରେ ମୃତ୍ୟୁ ହୋଇ ଯାଇଛି। ଆଜି ସକାଳେ ତାଙ୍କ ମୃତ ଶରୀର ଫୁଲବାଣୀ ରିଜର୍ଭ କାର୍ଯ୍ୟାଳୟରେ ପହଂଚିବା ପରେ କରୋନା ଯୋଦ୍ଧାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଏସପି ଭିନିତ୍ ଅଗ୍ରୱାଲଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ପୁଷ୍ପମାଲ୍ୟ ଦେଇ ଶେଷ ସମ୍ମାନ ଜଣାଇଥିଲେ। ଗତ କିଛିଦିନ ତଳେ ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡ଼ା ଫାଣ୍ଡିର ମଧ୍ୟ ଜଣେ ଏ.ଏସ୍.ଆଇ କୋଭିଡ଼୍ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ। ଶେଷ ସମ୍ମାନ ପରେ ଟିମ୍ ହ୍ୟୁମାନିଟିର ସଦସ୍ୟମାନେ ପିପିଇ କିଟ୍ ପରିଧାନ କରି ଶ୍ମଶାନରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଦାହ କରିଥିଲେ। ସୁବାଷଙ୍କ ଜନ୍ମ ୧୯୬୬ ମସିହା ଜୁନ୍ ୧୨ ତାରିଖରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାର ଆମ୍ବପୁଆ ଗ୍ରାମରେ। ସେ ୧୯୮୪ ଡିସେମ୍ବର ୨୦ରେ ପୁଲିସ୍ ବିଭାଗରେ କନେଷ୍ଟବଲ ଭାବେ ନିଯୁକ୍ତି ପାଇଥିବା ବେଳେ ୨୦୦୯ ମାର୍ଚ ୬ରେ ଏଏସଆଇ ଭାବେ ପଦନ୍ନୋତି ପାଇଥିଲେ। ତାଙ୍କର ମୃତ୍ୟୁରେ ପୁଲିସ୍ କର୍ମଚାରୀ ମହଲରେ ତଥା ଟିକାବାଲି ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories