www.samajalive.in
Monday, December 8, 2025
20.1 C
Bhubaneswar

ଫୁଲବାଣୀରେ ଇ-ଲୋକଅଦାଲତ ଅନୁଷ୍ଠିତ

ଫୁଲବାଣୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫୁଲବାଣୀ ଜିଲ୍ଲା ଅଦାଲତ ପରିସରରେ ଏକ ଇ-ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଜଜ୍‍ ସାରଦା ପ୍ରସାଦ ନାୟକ, ପରିବାର ଅଦାଲତ ଜଜ୍‍ ନିରଂଜନ ପଣ୍ଡା, ଭିଜିଲାନ୍ସ ଜଜ୍‍ ସତ୍ୟପୀର ମିଶ୍ର, ଚିଫ୍‍ ଜୁଡିସିଆଲ ମାଜିଷ୍ଟ୍ରେଟ୍‍ ରଂଜିତା ଝ୍ୟୋତିଷ,ଏସଡିଜେମ୍‍, ଜେଏମଏଫସି ପ୍ରମୁଖ ଅନଲାଇନରେ ଉପସ୍ଥିତ ରହି ଅନେକ ସ୍ଥଗିତ ଥିବା ମାମଲାର ବିଚାର କରି ଫଇସଲା କରିଥିଲେ। ଅର୍ଥକାରବାର ସମ୍ପର୍କିତ ୯ଟି ମାମଲାରେ ଫଇସଲା କରି ୮ ଲକ୍ଷ ୧୮ ହଜାର ଟଙ୍କା, ୬ଟି ମୋଟର ଦୁର୍ଘଟଣା ସମ୍ପର୍କିତ ମାମଲାର ଫଇସଲା କରି ୨୭ ଲକ୍ଷ ୩୦ ହଜାର ଟଙ୍କା, ୩ଟି କ୍ରିମିନାଲ କମ୍ପାଉଣ୍ଡେବଲ୍‍ ମାମଲା ଓ ୪ଟି ପରିବାର ବିବାଦ ମାମଲାର ଫଇସଲା କରାଯାଇ ୬୪ ହଜାର ଟଙ୍କା କ୍ଷତିପୂରଣ ଆଦେଶ ଦିଆଯାଇଥିବା ଜଣାପଡିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories