www.samajalive.in
Monday, December 8, 2025
27.1 C
Bhubaneswar

ନବରଙ୍ଗପୁରରେ କରୋନା ମୁକାବିଲାରେ ପ୍ରଶାସନ ବିଫଳ, ଜିଲାପାଳଙ୍କୁ ଚିଠିଲେଖିଲେ ଉମରକୋଟ ବିଧାୟକ

ନବରଙ୍ଗପୁର : ନବରଙ୍ଗପୁରଜିଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ତଥା କୋଭିଡ ମୁକାବିଲାରେ ପ୍ରଶାସନ ବିଫଳତା ଅଭିଯୋଗ କରି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କୁ ଚିଠିଲେଖି କ୍ଷୋଭ ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲା ତଥା ମୁଖ୍ୟତଃ ଉମରକୋଟ ଅଞ୍ଚଳରେ କରୋନା ପ୍ରକୋପ ବୃଦ୍ଧି ପାଉଥିବାବେଳେ ଜିଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ଏହାର ମୁକାବିଲା କରିବାରେ ସଫଳ ହୋଇ ପାରିନାହିଁ। ସାଧାରଣ ଲୋକଙ୍କର ପାଇଁ ଉଦ୍ଧିଷ୍ଟଥିବା ଡାକ୍ତରଖାନା ଗୁଠିକରେ ରୋଗୀ ଚିକିତ୍ସାହୋଇ ପାରୁନାହିଁ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅଭାବ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଚଳାଇବାରେ ବିଫଳ ହୋଇଛି। କୈାଣସି ଡାକ୍ତରଖାନାରେ ଅକ୍ସିଜେନ୍‍ ନଥିବାରୁ ରୋଗୀ ମାନେ ବହୁ ଅସବିଧା ଭୋଗୁଛନ୍ତି। କୋଭିଡ ପରୀକ୍ଷା କାର୍ଯ୍ୟକ୍ରମ ସୁପରିଚାଳ ନା ହେଉ ନାହିିଁ। ପରୀକ୍ଷା ପର ଫଳାଫଳ ତୁରନ୍ତ ଘୋଷଣା କରାନଯାଇ ବିଳମ୍ବ କରାଯାଉଥିବାରୁ ସଂକ୍ରମଣ ଅଧିକ ବଢୁଛି ବୋଲି ଅଭିଯୋଗ କରିଛନ୍ତି।

ଜିଲାରେ କୋଭିଡ ଡାକ୍ତରଖାନା କାର୍ଯ୍ୟ ଖ୍ରୀଷ୍ଟ୍ରିୟାନ ଡାକ୍ତରଖାନାକୁ ଦିଆଯାଇଛି। ସେଠାରେ ଯନ୍ତ୍ରପାତି, ଭେଣ୍ଟିଲେଟର, ଅକ୍ସିଜେନ ଓ ଔଷଧ ଇତ୍ୟାଦିର ଘୋର ଅଭାବ ଥିବା ସହ କୋଭିଡ ପରିଚାଳନା ଠିକ ଭାବେ ହେଉ ନାହିଁ। ଖ୍ରୀଷ୍ଟ୍ରିୟାନ ଡାକ୍ତରଖାନା ଦ୍ୱାରା କୋଭିଡ ପାଇଁ କୈାଣସି ପ୍ରକାର ଅଲଗା ଷ୍ଟାଫ ନିଯୁକ୍ତି କରିନାହାନ୍ତି। ସରକାରଙ୍କର ଠାରୁ ପ୍ରତ୍ୟେକ ରୋଗୀ ପ୍ରତି ଉଦ୍ଦିଷ୍ଟ ଫିଜ୍‍ ନେଉଛି। କିନ୍ତୁ ରୋଗୀଙ୍କୁ କୈାଣସି ସୁବିଧା ଯୋଗାଇ ଦିଆଯାଉନାହିଁ। ଏହାସହିତ ହସ୍ପିଟାଲ କାମ ଓ କୋଭିଡ ଚିକିତ୍ସା କରିବା ଏହି ଡାକ୍ତରଖାନା ଦ୍ୱାରା ସମ୍ଭବ ହେଉନାହିଁ। ଯାହା ଦ୍ୱାରା କୋଭିଡ ଚିକିତ୍ସା ଜିଲାରେ ବିଫଳ ହୋଇଛି। ଏହି ମେଡିକାଲର ଚିକିତ୍ସା ପ୍ରଣାଳୀ ଭୂଲ ରହିଛି ବହୁରୋଗ ଥିବା ରୋଗୀକୁ ଉକ୍ତ ରୋଗର ଔଷଧ ଦିଆଯାଉ ନାହିଁ କାହିଁକି। ଏହା କଣ ମୃତ୍ୟୁର କାରଣ ହୋଇ ନପାରେକି ବୋଲି ପ୍ରଶ୍ନ କରିଛନ୍ତି। ରୋଗୀଙ୍କୁ ଠିକ ସମୟରେ ବାହାରୁ ରେଫର୍‍ କରାଯାଉନାହିିଁ। ସମୟପୂର୍ବରୁ ରେଫର୍‍ କରାଗଲେ ରାସ୍ତାରେ ମୃତ୍ୟୁବରଣ କରନ୍ତେନାହିଁ। କେବଳ ଏହି କାରଣରୁ ଉମରକୋଟର ୩ରୁଅଧିକ ମୃତ୍ୟୁବରଣ ହୋଇ ସାରିଲାଣି। ପ୍ରଶାସନ କେତେବେଳେ ସଚେତନ ହେବ ବୋଲି ଉଲ୍ଲେଖ କରିଛନ୍ତି।

- Advertisement -

ଉମରକୋଟରେ ବର୍ତ୍ତମାନ ସୁଦ୍ଧା ୮ରୁ ୧୦ ଜଣଙ୍କର କୋଭିଡରେ ମୃତ୍ୟୁବରଣ ହୋଇ ସାରିଲାଣି। କିନ୍ତୁ ସରକାରଙ୍କର ଦ୍ୱାରା ଏବିଷୟରେ ରିପୋର୍ଟ ବାହାରୁ ନାହିଁ ଓ ପ୍ରକାଶ କରାଯାଉ ନାହିଁ। ଫଳରେ ଲୋକଙ୍କ ମଧ୍ୟରେ ସଚେତନତା ଓ ସାବଧାନତା ହୋଇପାଇ ନାହିଁ। କୋଭିଡ ରୋଗୀ ଶବ ସତ୍କାର କୈାଣସି ବାହାର ସ୍ଥାନରେ କରାଯିବାର ନିୟମ ରହିଛି। କିନ୍ତୁ ଉମରକୋଟରେ ସର୍ବସାଧାରଣ ଶଶ୍ମାନରେ କୋଭିଡ ଆକ୍ରାନ୍ତରେ ମୃତ ରୋଗୀର ସତ୍କାର କରାଯାଉଛି। ଏହାକ’ଣ କୋଭିଡ ସଂକ୍ରମଣ ବ୍ୟାପିବାରେ ସହାୟକ ହେବନାହିଁକି ବୋଲି ପଚାରିଛନ୍ତି। କଣ୍ଟେନମେଣ୍ଟ ଜୋନରେ କୌଣସି ରକ୍ଷଣାବେକ୍ଷଣ କରାଯାଉ ନାହିଁ। ଏହି ଜୋନର ଲୋକ ବାହାରକୁ ଯାଇ ବୁଲାବୁଲି କରୁଛନ୍ତି। ଜିଲାରେ କରୋନା ନିୟନ୍ତ୍ରଣ ପାଇଁ ନାଲକୋ ସହାୟତା ପ୍ରଦାନ କରୁଛି। କିନ୍ତୁ ନାଲକୋ ପାଣ୍ଠି କେଉଁ କାର୍ଯ୍ୟରେ ଖର୍ଚ୍ଚକରାଯାଇଛି। ଏହି ପାଣ୍ଠିକୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଭେଣ୍ଟିଲେଟର,ଅକ୍ସିଜେନ ଇଦ୍ୟାଦି କିଣିବା ବ୍ୟବସ୍ଥା କାହିିଁକି କରାଯାଉ ନାହିଁ। କାହା ସ୍ୱାର୍ଥରେ ଏହି ପାଣ୍ଠିି ରଖାଯାଇଛି।

ଉମରକୋଟ ଜେଲରେ ବହୁ ସଂଖ୍ୟାରେ କୋଭଡି ପିଜିଟିଭ ବାହରିବା ଜିଲାର କୋଭିଡ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। କୋଭିଡ ଟେଷ୍ଟ କରି ଜେଲରେ ରଖାଯିବା ଉଚିତ ତାହା କାହିିଁକି କରାଯାଉ ନାହିାଁ କୋଭିଡ ରୋଗୀଙ୍କୁ ହୋମ ଆସୋଲେସନରେ ରଖାଯାଇଥିଲେ ମଧ୍ୟ ସେମାନଙ୍କୁ ଠିକ୍‍ ଉପଦେଶ ଓ ଚିକିତ୍ସା ପାଇଁ ଯୋଗଯୋଗ ମଧ୍ୟ କରାଯାଉ ନାହିଁ। ଏହା ରୋଗ ବଢିବାରେ ସହାୟକ ହେଉଛି। ଏହି ସମସ୍ତ ସମସ୍ୟାକୁ ତୁରନ୍ତ ସମାଧାନ କରି ମହାମାରୀ କରୋନାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନକୁ କାର୍ଯ୍ୟକରିବାକୁ ପଡିବ। ଯଦି ଏଭଳି ଭୟଙ୍କର ସମୟରେ ପ୍ରଶାସନ ଯତ୍ନବାନ ହେବନାହିଁ ,ତେବେ ପ୍ରଶାସନ ଜନସାଧାରଣଙ୍କର ଆକ୍ରୋଶର ଶୀକାର ହେବା ସହିତ ଜିଲା କୋଭିଡ ପରିଚାଳନାରେ ଏ କଳଙ୍କିତ ଇତିହାସ ସୃଷ୍ଟି କରିବ ଏଥିରେ କୈାଣସି ଦ୍ୱିମତ ନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories