www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ କଟକଣା ଯୋଗୁ ଫିକା ପଡିଲା ଦୂତୀବାହନ ପୂଜା

ସୁଆଣ୍ଡୋ: କୋଭିଡ କଟକଣା ଯୋଗୁ ସତ୍ୟବାଦୀରେ ଗୁରୁବାର ମହିଳା ମାନଙ୍କ ଦୁତୀବାହନ ପୂଜା ଫିକା ପଡିଲା । ପୂଜା ପାଇଁ କୌଣସି ଆଡମ୍ବର ସାଜସଜା କରା ଯାଇ ନ ଥିଲା । ଏହି ଅବସରେ ନିରାଡମ୍ବର ଭାବେ ଗ୍ରାମଦାଣ୍ଡରେ ଲିପାପୋଛା କରି ଦୁତୀବାହନଙ୍କ ମୂର୍ତ୍ତି ରଖି ପୂଜା କରା ଯାଇଥିଲା। ଉପବାସ କରିଥିବା ମହିଳା ମାନେ କଖାରୁ କଞ୍ଚା କଦଳୀ ବାଇଗଣ ଜହ୍ନି ଭେଣ୍ଡି ଝୁଡଙ୍ଗ କାଙ୍କଣ ପୋଟଳ ଗାଜର କାକୁଡି ପାଣିକଖାରୁ ନଡ଼ିଆ ଆଦି ପରିବା ମାନ ଟୋକେଇରେ ରଖି ପୂଜା ସ୍ଥାନକୁ ଆଣି ରଖିଥାନ୍ତି । ବ୍ରାହ୍ମଣ ଏହି ସମସ୍ତ ସାମଗ୍ରୀକୁ ଦୁତୀବାହନଙ୍କୁ ପୂଜା କରିଥାନ୍ତି। ଆଗଦିନଠାରୁ ବ୍ରତଧାରୀମାନେ ଏକବାର କରିଥାନ୍ତି। ଓଷା ଦିନ ସମ୍ପୂର୍ଣ୍ଣ ନିର୍ଜଳା ଉପାସରେ ମହିଳାମାନେ ପାଳନ କରନ୍ତି। ଠାକୁରଙ୍କ ପାଖରେ ଦୁତୀବାହନ ଓଷା ବହିକୁ ପାଠ କରା ଯାଇଥିଲା। ପରମ୍ପରା ରହିଛି ମହିଳା ମାନଙ୍କ ବାପଘରୁ ଆଗ ଦିନଠାରୁ ଦୁତିଆଓଷା ଭାର ଆସିଥିଲା। ବଡ ଜାକଜମକରେ ପୂଜା କରାଯାଏ। ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁ ଦୁତୀବାହନ ପୂଜା ଫିକା ପଡିଥିବା ଦେଖାଯାଇଛି। ଶୁକ୍ରବାର ଗଜାମୁଗ ସହିତ ଏହି ପରିବା ପକାଯାଇ ଓଡ଼ିଶାର ପ୍ରସିଦ୍ଧ ଘାଣ୍ଟ ତିଅଣ ପ୍ରସ୍ତୁତ କରା ଯାଇଥାଏ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories