www.samajalive.in
Monday, December 8, 2025
20.1 C
Bhubaneswar

ସୁସ୍ଥ ଶରୀର ପାଇଁ ସରଳ ଉପାୟ

ପ୍ରତ୍ୟେକ ଦିନ ସକାଳ ସମୟରେ ଜିରା ଓ ଜୁଆଁଣୀ ପାଣି ପିଇବା ଦ୍ୱାରା ଏସିଡ଼ିଟି, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ। ତେଣୁ ପେଟ ପାଇଁ ଏହା ଖୁବ ଉପକାରୀ।
ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ଖାଦ୍ୟ ଭଲ ଭାବେ ହଜମ କରିଥାଏ।
ସଠିକ ସମୟରେ ଭୋକ ହୋଇଥାଏ।
ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ …
ଏକ ଗ୍ଲାସରେ ପାଣି ନିଅନ୍ତୁ। ଏଥିରେ ଅଳ୍ପ ଜିରା ଓ ଜୁଆଁଣୀ ମିଶାନ୍ତୁ। ରାତି ଯାକ ଏହାକୁ ବତୁରାଇ ରଖନ୍ତୁ।
ସକାଳୁ ଉଠିବା ପରେ ଏହାକୁ ପିଅନ୍ତୁ। ଏଥିରେ ସମାନ୍ୟ ଅଦା ମଧ୍ୟ ମିଶାଇ ପାରିବେ।
ଆୟୁର୍ବେଦରେ ମଧ୍ୟ ଜିରା ଓ ଜୁଆଁଣୀର ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।
ଖଜୁରୀ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ବୋଲି ସଭିଏଁ ଜାଣନ୍ତି। ମାତ୍ର ଖାଲି ପେଟରେ ନିୟମିତ ଖଜୁରୀ ଖାଇଲେ ଚମତ୍କାରୀ ଲାଭ ମିଳିଥାଏ। ଜାଣନ୍ତୁ……
ଖଜୁରୀରେ ପର୍ୟ୍ୟାପ୍ତ ପରିମାଣରେ ପୋଟାସିୟମ ରହିଛି।
ଏହା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରି ରଖିଥାଏ।
ଖଜୁରୀ ସେବନ କରିବା ଦ୍ୱାରା ହୃଦୟ ଜନିତ ବହୁ ସମସ୍ୟା ଦୂର ହେବା ସହ ହୃଦୟ ସୁସ୍ଥ ରହିଥାଏ।
ଖଜୁରୀରେ ଭରପୂର ମାତ୍ରାରେ ଫାଇବର ରହିଛି, ଯାହା ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ।
ଖଜୁରୀ କୋଲେଷ୍ଟେରୋଲ ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରି ରଖିଥାଏ।
ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ହାଡ଼କୁ ମଜଭୂତ କରିବା ସହ ସୁସ୍ଥ ରଖିଥାଏ।
ମସ୍ତିଷ୍କକୁ ସୁସ୍ଥ ରଖିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।
ନିୟମିତ ଖଜୁରୀର ସେବନ କରିବା ଦ୍ୱାରା କେଶ ଝଡ଼ିବା କମ ହୋଇଥାଏ। ତ୍ୱଚାର ଚମକ ମଧ୍ୟ ବୃଦ୍ଧି କରିଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories