www.samajalive.in
Monday, December 8, 2025
27.1 C
Bhubaneswar

ରେଳବାଇରେ ଖାଲି ୧ ଲକ୍ଷ ୪୦ହଜାର ପଦବୀ : ଡିସେମ୍ବର ୧୫ରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା

ନୂଆଦିଲ୍ଲୀ : ନୂଆ ନିଯୁକ୍ତି ଓ ଖାଲି ପଡିଥିବା ପଦ ପୂରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିଯୁକ୍ତି ଆଶୟୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇରେ ଖାଲି ପହିଥିବା ୧ ଲକ୍ଷ ୪୦ହଜାର ପଦବୀ ପାଇଁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଡିସେମ୍ବର ୧୫ରୁ ଭାରତୀୟ ରେଳବାଇରେ ଖାଲିପଡ଼ିଥିବା ପଦବୀଗୁଡିକ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ।

ରେଳବାଇ ପ୍ରାୟ ୩୫ହଜାର ୨୦୮ଟି ଗାର୍ଡ ଓ କିରାଣୀ ଭଳି ପଦବୀ ପୂରଣ କରିବାକୁ ଯାଉଥିବାବେଳେ ୧ ହଜାର ୬୬୩ଟି ମନ୍ତ୍ରଣାଳୟ କର୍ମଚାରୀ ଏବଂ ୧ଲକ୍ଷ ୩ହଜାର ୭୫୯ଟି ଲେବୁଲ-୧ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖିଛି। ରେଳବାଇ ପକ୍ଷରୁ ୧  ୧ ଲକ୍ଷ ୪୦ହଜାର ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଥିଲା। ଏଥିପାଇଁ ପ୍ରାୟ ୨କୋଟି ୪୦ଲକ୍ଷ ଅଶାୟୀ ଆବେଦନ
କରିଥିବା ଜଣାପଡ଼ିଛି।
ରେଳବାଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଏହା କୁହାଯାଇଛି। ଏହି ପରୀକ୍ଷା ପାଇଁ ମାର୍ଗଦର୍ଶିିକା ପ୍ରସ୍ତୁତ ହୋଇଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଗୁଡିକ ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଭଳି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ଏହି ମାର୍ଗଦର୍ଶିକାରେ ଅନ୍ତର୍ଭୁକ୍ତ କରାଯାଇଛି। କରୋନା ମହାମାରୀ କଟକଣା ଯୋଗୁଁ
ଏଥିପାଇଁ ହେବାକୁ ଥିବା ପରୀକ୍ଷାକୁ ବିଳମ୍ବିତ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ନିଯୁକ୍ତି ବନ୍ଦ କରାଯିବା ନେଇ ଶୁକ୍ରବାର ପ୍ରକାଶିତ ରିପୋର୍ଟ ଉପରେ ଅର୍ଥ ମନ୍ତ୍ରଣାଳୟ ନିଜ ମତ ବଦଳାଇଛି। ଶନିବାର ଅର୍ଥମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ନିଯୁକ୍ତି ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦ ପୂରଣ ପାଇଁ ଷ୍ଟାଫ୍‌ ସିଲେକସନ କମିସନ, ୟୁପିଏସସି ଓ ରେଲୱେ ନିଯୁକ୍ତି ବୋର୍ଡ ଦ୍ବାରା ନିଯୁକ୍ତି ପ୍ରକ୍ରିୟା ଜାରି ରହିବ। ତେବେ କୌଣସି ମନ୍ତ୍ରଣାଳୟରେ ନୂଆ ପଦ ସୃଷ୍ଟି କରାଯିବା ଉପରେ ଅର୍ଥମନ୍ତ୍ରଣାଳୟ ଅଧୀନ ଖର୍ଚ୍ଚ ବିଭାଗ ନିଷେଧାଦେଶ ଜାରି କରିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories