www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ବୁର୍ଲା ଭିମସାରରେ ଦୁଇ ଜଣ ଡ଼ାକ୍ତରଙ୍କ ସମେତ ୮ ଜଣ କରୋନା ସଂକ୍ରମିତ

ବୁର୍ଲା: ବୁର୍ଲା ଭିମସାରରେ କରୋନା ତାରା କୟା ବିସ୍ତାର କରି ଚାଲିଛି। ବୁର୍ଲା ଭିମସାରେ ମେଡ଼ିସିନ ବିଭାଗ, ଛାତି ଓ ସଂକ୍ରମଣ ରୋଗ ବିଭାଗର ଦୁଇଜଣ ପିଜି ଡ଼ାକ୍ତରଙ୍କ ସମେତ ଆଠଜଣ କରୋନା ସଂକ୍ରମିତ ହୋଇଛନ୍ତି। ଗତକାଲି ମାଇକ୍ରୋବାୟୋଲୋଜି ବିଭାଗର ଦୁଇଜଣ ପିଜି ଡ଼ାକ୍ତର ଏବଂ ଶିଶୁବିଭାଗର ଜଣେ ପିଜି ଡ଼ାକ୍ତର କରୋନା ସଂକ୍ରମିତ ହୋଇଥିବା ବେଳେ କେନ୍ଦ୍ରିୟ ଆଇସିୟୁର ଜଣେ ଆଟେଣ୍ଡାଣ୍ଟ ଏବଂ ଏଆରଟି ସେଣ୍ଟରର ଜଣେ ସେବିକା ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ୩ ତାରିଖ ଦିନ ସ୍ତ୍ରୀ ଓ ପ୍ରସୁତୀ ବିଭାଗ ୨ ଜଣ ଡ଼ାକ୍ତର, ଛାତି ଓ ସଂକ୍ରମଣ ରୋଗ ବିଭାଗର ୨ ଜଣ ଡ଼ାକ୍ତର, ଶଲ୍ୟ ବିଭାଗ ଜଣେ ପିଜି ଡ଼ାକ୍ତର, ପାଥୋଲୋଜି ବିଭାଗୀୟ ଜଣେ ଡ଼ାକ୍ତର, ଜଣେ ଶିଶୁ ବିଭାଗର ଜଣେ ଡ଼ାକ୍ତର ଏବଂ ଜଣେ କୋଭିଡ଼ ଲାବ ଟେକ୍ନିସିଆନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସମୁଦାୟ ଭିମସାରର ୭ ଜଣ ଡ଼ାକ୍ତର ଏବଂ ଜଣେ କୋଭିଡ଼ ଲାବ ଟେକ୍ନିସିଆନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ଆଜି ଭିମସାରର କରୋନା ଲିଙ୍କ ୧୪୪ରେ ପହଞ୍ଚିଛି।

ବୁର୍ଲା ଭିମସାରେ ମେଡ଼ିସିନ ବିଭାଗ ଜଣେ ପିଜି ଡ଼ାକ୍ତର ଏବଂ ଛାତି ଓ ସଂକ୍ରମଣ ରୋଗ ବିଭାଗର ଜଣେ ପିଜି ଡ଼ାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ବେଳେ ଶିଶୁବିଭାଗର ଜଣେ ଆଟେଣ୍ଡାଣ୍ଟ, ହୃଦୟରୋଗ ବିଭାଗର ଜଣେ ଆଟେଣ୍ଡାଣ୍ଟ, ମେଡ଼ିସିନ ବିଭାଗର ଜଣେ ସେବିକା, ଦନ୍ତରୋଗ ବିଭାଗର ଜଣେ ଆଟେଣ୍ଡାଣ୍ଟ, ଜଣେ ସୁରକ୍ଷା କର୍ମୀ ଏବଂ ଜଣେ ଶେଷବର୍ଷର ମେଡ଼ିକାଲ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଆଜି ଶନିବାର ଭିମସାରରେ ସମୁଦାୟ ଆଠଜଣ କରୋନା ସଂକ୍ରମିତ ହୋଇଛନ୍ତି। ଗତକାଲି ବୁର୍ଲା ଭିମସାରର ମାଇକ୍ରୋବାୟୋଲୋଜି ବିଭାଗର ଦୁଇଜଣ ପିଜି ଡ଼ାକ୍ତର, ଶିଶୁବିଭାଗର ଜଣେ ପିଜି ଡ଼ାକ୍ତର, କେନ୍ଦ୍ରିୟ ଆଇସିୟୁର ଜଣେ ଆଟେଣ୍ଡାଣ୍ଟ ଏବଂ ଏଆରଟି ସେଣ୍ଟରର ଜଣେ ସେବିକା ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

- Advertisement -

ଗତ ୩ ତାରିଖରେ ଭିମସାରରେ ୨ ଜଣ ସ୍ତ୍ରୀ ଓ ପ୍ରସୁତୀ ବିଭାଗ ଡ଼ାକ୍ତର, ୨ ଜଣ ଛାତି ଓ ସଂକ୍ରମଣ ରୋଗ ବିଭାଗ ପିଜି ଡ଼ାକ୍ତର, ଜଣେ ଶଲ୍ୟ ବିଭାଗ ପିଜି ଡ଼ାକ୍ତର ଏବଂ ମେଡ଼ିକାଲ କଲେଜ ପାଥୋଲୋଜି ବିଭାଗୀୟ ଜଣେ ସହଯୋଗୀ ପ୍ରଫେସର ମହିଳା ଡ଼ାକ୍ତରାଣୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ପାଥୋଲୋଜି ବିଭାଗରେ ପ୍ରାୟ ପାଖାପାଖି ୩୦ ଜଣଙ୍କୁ ନେଇ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଖିଆପିଆ ହୋଇଥିଲା। ଏହା ସହିତ ଏକ ଆବଦ୍ଧ କୋଠରୀ ଏସି ମଧ୍ୟରେ ଡ଼ାକ୍ତରାଣୀଙ୍କ ସମେତ ପ୍ରାୟ ୫ ଜଣ ମିଶି ଅନେକ ସମୟ କାମ ମଧ୍ୟ କରିଥିବା ଦୃଷ୍ଟାନ୍ତ ରହିଛି। ପାଥୋଲୋଜି ବିଭାଗକୁ ୩ ଦିନ ପାଇଁ ସଟ ଡ଼ାଉନ କରାଯାଇଛି। ଜଣେ ଶିଶୁ ବିଭାଗର ସହକାରୀ ପ୍ରଫେସର ଡ଼ାକ୍ତର କରୋନା ସଂକ୍ରମିତ ହୋଇଛନ୍ତି ଏବଂ ଜଣେ କୋଭିଡ଼ ଲାବ ଟେକ୍ନିସିଆନ ମଧ୍ୟ କରୋନା ସଂକ୍ରମିତ ଗତ ୩ ତାରିଖରେ ହୋଇଥିଲେ। ଗତ ବୁଧବାର ୨ ତାରିଖ ଦିନ ଜଣେ ଶଲ୍ୟ ବିଭାଗୀୟ ଡ଼ାକ୍ତର ଏବଂ ଜଣେ ମେଡ଼ିସିନ ବିଭାଗୀୟ ଡ଼ାକ୍ତର କରୋନା ସଂକ୍ରମିତ ହୋଇଥିବା ବେଳେ ଗତ ୧ ତାରିଖ ଦିନ ୩ ଜଣ ଡ଼ାକ୍ତର ଏବଂ ୩ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଗତ ଜୁଲାଇ ମାସ ୧୩ ତାରିଖରୁ ଭିମସାରର କେନ୍ଦ୍ରିୟ ଆଇସିୟୁ ଏବଂ କର୍କଟରୋଗ ବିଭାଗ ମଧ୍ୟରୁ କରୋନା ସଂକ୍ରମଣ ଆରମ୍ଭ ହୋଇ କୋଭିଡ଼ ଯୋଦ୍ଧାଙ୍କୁ କବଳିତ କରିବା ଆରମ୍ଭ ହୋଇଥିଲା। ଏହାପରେ ବିଭିନ୍ନ ବିଭାଗ ଇତିମଧ୍ୟରେ ଯୋଡ଼ିହେବାରେ ଲାଗିଛି। ଡ଼ାକ୍ତର, ସେବିକା, କର୍ମଚାରୀ ତଥା ଡ଼ାକ୍ତରଙ୍କ ପରିବାର ବର୍ଗ ସଂକ୍ରମଣରୁ ନିସ୍ତାର ପାଇ ପାରି ନାହାନ୍ତି। ଏପରକି ଆଜକୁ ଭିମସାରର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୪ରେ ପହଞ୍ଚିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories