www.samajalive.in
Monday, December 8, 2025
27.1 C
Bhubaneswar

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, କାରଖାନା ଓ ବାଷ୍ପିତ୍ର ଉପ ନିର୍ଦେଶକ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଫ୍ୟାକ୍ଟ୍ରିଜ ଆଣ୍ଡ ବଏଲର୍ସ (କାରଖାନା ଓ ବାଷ୍ପିତ୍ର ) ନିର୍ଦେଶାଳୟର ଉପ ନିର୍ଦେଶକ ରମେଶ କୁମାର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅଦାଲତ ଶ୍ରୀ ବେହେରାଙ୍କ ଜାମିନ ଆବେଦନ ଖାରଜ କରିବା ସହ ୧୬ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇଛନ୍ତି। ଶ୍ରୀ ବେହେରା ଅନୈତିକ ଉପାୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହେବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଯାଞ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ଗୁରୁବାର ଶ୍ରୀ ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା।
ଚଢାଉ ବେଳେ ଶ୍ରୀ ବେହେରାଙ୍କର ଭୁବନେଶ୍ୱରରେ ୩ ବେଡରୁମ ବିଶିଷ୍ଟ ଫ୍ଲାଟ, ଯାଜପୁର କଅଁର୍ଦା ଗ୍ରାମରେ ତିନି ମହଲା କୋଠା, କଟକ, ଯାଜପୁର ଓ ରାୟଗଡାରେ ୫ଟି ପ୍ଲଟ ଥିଲା ବେଳେ କଟକରେ ଏକ ଆଉଟ ହାଉସ ଓ ପୁଡୁଚେରୀରେ ଫ୍ଲାଟ ଥିବା ଜଣାପଡିଥିଲା। ଏହାଛଡା କାର, ବାଇକ ଓ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ସହ ଜୀବନବୀମାରେ ନିବେଶ ସହ ସୁନା ଓ ରୂପା ଅଳଙ୍କାର ଥିଲା ବେଳେ ଘରୁ ପ୍ରାୟ ୧ଲକ୍ଷ ୮୬ହଜାର ଟଙ୍କା ଜବତ ହୋଇଛି। ଶ୍ରୀ ବେହେରାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୧ କୋଟି ୪୮ ଲକ୍ଷ ୫୯ହଜାର ୪୬୬ ଟଙ୍କା ଆକଳନ କରାଯାଇଥିଲା। ତେବେ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ସମ୍ପତ୍ତିର ପରିମାଣ ୧ କୋଟି ୫୧ଲକ୍ଷ ୭୩ହଜାର ୩୮୫ ଟଙ୍କା ବୋଲି ଜଣାପଡିଛି। ମାମଲାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories