www.samajalive.in
Monday, December 8, 2025
17.1 C
Bhubaneswar

ଜାଣନ୍ତୁ ଜୀବନସାଥିଙ୍କ ବିଷୟରେ କିଛି ଜଣାଅଜଣା କଥା

ଜ୍ୟୋତିଷ ଶାସ୍ତ୍ରରେ ବର କନ୍ୟାକୁ ନେଇ ବହୁ କିଛି କଥା ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକଙ୍କର ଇଚ୍ଛା ଥାଏ ଯେ, ତାଙ୍କୁ ଉତ୍ତମ ଜୀବନ ସାଥି ମିଳୁ। ଏପରି ଜୀବନ ସାଥି ଯେ ତା’ର ସମ୍ମାନ କରୁ, ଯତ୍ନ ନେଉ, ଏହାସହ ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ। ରାଶି ଅନୁଯାୟୀ ଜାଣନ୍ତୁ ଜୀବନସାଥିଙ୍କ ବିଷୟରେ କିଛି ଜଣାଅଜଣା କଥା …..
ମେଷ –
ଏହି ରାଶିର ଝିଅଙ୍କୁ ସୁନ୍ଦର ଓ ଶିକ୍ଷିତ ଜୀବନ ସାଥି ମିଳିଥାଆନ୍ତି। ଏହାସହ ଏମାନଙ୍କ ଜୀବନ ସାଥି ଧାର୍ମିକ ସ୍ୱଭାବର ମଧ୍ୟ ଅଟନ୍ତି।
ବୃଷ –
ଏହି ରାଶିର କନ୍ୟା ମାନଙ୍କୁ ପରିଶ୍ରମୀ ଓ ବହୁ ସଙ୍ଘର୍ଷ କରି ସଫଳତା ପାଇଥିବା ଜୀବନ ସାଥି ମିଳିଥାଆନ୍ତି।
ମିଥୁନ –
ଏହି ରାଶିର ଝିଅ ମାନଙ୍କୁ ଉତ୍ତମ ଜୀବନ ସାଥି ମିଳିଥାଆନ୍ତି। ମାତ୍ର ସେମାନେ କଥା କଥାରେ କ୍ରୋଧ କରିଥାଆନ୍ତି।
କର୍କଟ –
ଏହି ରାଶିର କନ୍ୟା ମାନଙ୍କୁ ସେମାନଙ୍କ ଜୀବନ ସାଥି ଖୁବ ସମ୍ମାନ କରିଥାଆନ୍ତି। ମାତ୍ର ତାଙ୍କ ଇଚ୍ଛା ମୁତାବକ କାର୍ୟ୍ୟ ନହେଲେ ଏମାନେ କ୍ରୋଧ କରିଥାଆନ୍ତି।
ସିଂହ –
ଏହି ରାଶିର ଝିଅ ମାନଙ୍କୁ ସମ୍ମାନ ଓ ଯତ୍ନ ନେଉଥିବା ଜୀବନ ସାଥି ପ୍ରାପ୍ତି ହୋଇଥାଆନ୍ତି। ଏହା ସହ ଏମାନଙ୍କୁ ଉତ୍ତମ ସନ୍ତାନ ମଧ୍ୟ ପ୍ରାପ୍ତି ହୋଇଥାଏ।
କନ୍ୟା –
ଏହି ରାଶିର କନ୍ୟା ମାନଙ୍କୁ ଚଞ୍ଚଳ ସ୍ୱଭାବ ଓ ସୁନ୍ଦର ଜୀବନ ସାଥି ମିଳିଥାଆନ୍ତି।
ତୁଳା –
ଏହି ରାଶିର ଝିଅ ମାନଙ୍କୁ ଜୀବନ ସାଥି ମାନେ କଥା କଥାରେ ରାଗି ଯାଆନ୍ତି। ମାତ୍ର ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ଖୁବ ଯତ୍ନବାନ ଅଟନ୍ତି।
ବିଛା –
ଏହି ରାଶିର ଝିଅ ମାନଙ୍କୁ ଉତ୍ତମ କଥାବାର୍ତ୍ତା ଓ ଦାୟିତ୍ୱବାନ ଜୀବନ ସାଥି ମିଳିଥାଆନ୍ତି।
ଧନୁ –
ଏହି ରାଶିର କନ୍ୟା ମାନଙ୍କ ଜୀବନ ସାଥି ଉତ୍ତମ ବିଚାରର ହୋଇଥାଆନ୍ତି। ଏହାସହ ନିଜ ପତ୍ନୀଙ୍କ ପ୍ରତ୍ୟେକ ଖୁସି ପାଇଁ ଯତ୍ନବାନ ଅଟନ୍ତି।
ମକର –
ଏହି ରାଶିର ଝିଅ ମାନଙ୍କୁ ଉତ୍ତମ ସ୍ୱଭାବର ଜୀବନ ସାଥି ମିଳିଥାଆନ୍ତି। ଏହାସହ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଖୁବ ଦୃଢମନୋଭାବରେ ସାମ୍ମନା କରିଥାଆନ୍ତି।
କୁମ୍ଭ –
ଏହି ରାଶିର ଝିଅ ମାନଙ୍କ ଜୀବନସାଥି ଦାୟିତ୍ୱବାନ ଅଟନ୍ତି। ଖୁବ ସହଜରେ ସମସ୍ୟାକୁ ସାମ୍ମନା କରିଥାଆନ୍ତି।
ମୀନ –
ଏହି ରାଶିର କନ୍ୟାଙ୍କୁ ସୁନ୍ଦର ଓ ଆର୍ଥିକ କ୍ଷେତ୍ରରେ ସମ୍ପନ୍ନ ଜୀବନସାଥି ମିଳିଥାଆନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories