www.samajalive.in
Monday, December 8, 2025
17.1 C
Bhubaneswar

‘ବ୍ଲୁ ଫ୍ଲାଗ୍‍’ ମାନ୍ୟତା ପାଇଁ ପୁରୀ ବେଳାଭୂମିକୁ ମନୋନୀତ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

• ‘ବ୍ଲୁ ଫ୍ଲାଗ୍‍’ ମାନ୍ୟତା ପାଇବା ପାଇଁ ଭାରତ ସରକାର ଅନ୍ତର୍ଜାତୀୟ ଜୁରି(ଡେନମାର୍କ)କୁ ସୁପାରିଶ କରିଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ପୁରୀ ମନୋନୀତ

• ପୁରୀରେ ପର୍ଯ୍ୟଟକଙ୍କୁ ସୁବିଧା ଦେବା ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ସିସକମ୍‍ ବିଗତ ଅଢ଼େଇ ବର୍ଷରେ ଖର୍ଚ୍ଚ କରିଛି ୮.୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

- Advertisement -

• ପୁରୀ ବେଳାଭୂମିରେ ସୌରଶକ୍ତିର ଉପଯୋଗ କରାଯିବା ସହ ଜୈବ ଆବର୍ଜନାର ବ୍ୟବହାର କରାଯାଉଛି

• ବିଶ୍ୱସ୍ତରୀୟ ଅନେକ ସୁବିଧା ପୁରୀରେ ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବ ଓ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, : ଆଗାମୀ ପର୍ଯ୍ୟଟନ ଋତୁରେ ବେଳାଭୂମି ପରିବେଶ ଏବଂ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‍’ ମାନ୍ୟତା ପାଇବା ପାଇଁ ଅନ୍ତର୍ଜାତୀୟ ଜୁରି(ଡେନମାର୍କ)କୁ ସୁପାରିଶ କରାଯାଇଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀକୁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି ଏହି ଅଞ୍ଚଳକୁ ସୋସାଇଟି ଅଫ୍‍ ଇଣ୍ଟିଗ୍ରେଟେଡ୍‍ କୋଷ୍ଟାଲ୍‍ ମ୍ୟାନେଜମେଣ୍ଟ(ସିସକମ୍‍) ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍‍ ବ୍ଲୁ ଫ୍ଲାଗ୍‍ ବିଚ୍‍ ଭାବେ ଚିହ୍ନଟ କରାଯାଇଛି। ବିମ୍ସ ପରିବେଶ ସୁରକ୍ଷା ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣର ଆବଶ୍ୟକତା ଭିତ୍ତିରେ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଅଛି। ସ୍ୱର୍ଣ୍ଣିମ ବେଳାଭୂମି ପୁରୀରେ ପର୍ଯ୍ୟଟକ ମାନଙ୍କୁ ସମସ୍ତ ସୁବିଧା ଦେବା ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ବିମ୍ସ ଅଧୀନରେ ସିସକମ୍‍ ବିଗତ ଅଢ଼େଇ ବର୍ଷରେ ୮.୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛି।


ପୁରୀ ବେଳାଭୂମିରେ ସ୍ୱଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକ ଶୌଚାଳୟର ସୁବିଧା, ପାନୀୟ ଜଳ, ପାର୍କିଂ ଓ ଆନୁଷାଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ପର୍ଯ୍ୟଟନ ମନୋରଞ୍ଜନ ସୁବିଧା ଗୁଡ଼ିକରେ ବାଉଁଶର ବ୍ୟାପକ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ, ୱାଚ୍‍ ଟାୱାରର ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସି ଟିଭି, ଲାଇଫଗାର୍ଡ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୌରଶକ୍ତିର ଉପଯୋଗ କରାଯିବା ସହ ଜୈବ ଆବର୍ଜନାର ବ୍ୟବହାର କରାଯାଉଛି। ଏହି ବିଶ୍ୱସ୍ତରୀୟ ସୁବିଧା ହେବା ଦ୍ୱାରା ପୁରୀରେ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପରିଲିକ୍ଷିତ ହେବ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‍ କରି କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories