www.samajalive.in
Monday, December 8, 2025
27.1 C
Bhubaneswar

୫ ଦିନ ଜଳ ବନ୍ଦୀ ଯୋରକୂଳ ଗାଁ, ଯିବାଆସିବା ପାଇଁ ଲୋକଙ୍କ ଭରସା କଦଳୀ ଗଛ ଭେଳା ଓ ମଟର ଟ୍ୟୁବ୍‌

ବାଙ୍କୀ:ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାରୁ ମହାନଦୀର ଶାଖା ନଦୀ ରଣନଦୀରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମୀରେ ଦୀର୍ଘ ୫ ଦିନ ହେବ ୧୦ ରୁ ୧୫ ଫୁଟ ପାଣି। ପ୍ରଭାବରେ ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ହରିରାଜପୁର ପଞ୍ଚାୟତ ଅଧିନ ଯୋରକୂଳ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହିତ ଲୋକମାନେ ୫ ଦିନ ହେବ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଗାଁ ଦାଣ୍ଡରେ ଅଣ୍ଟାଏ ରୁ ଛାତିଏ ପାଣି। ବହୁ ଘରେ ପାଣି ପଶି ଖୋଲା ଆକାଶ ତଳେ ଛାତ ଉପରେ ରାତି କାଟୁଛନ୍ତି ଲୋକେ। ଲୋକ ମାନଙ୍କର ଜରୁରୀକାଳୀନ ସେବା ପାଇଁ ଭରସା ସାଜିଛି କଦଳୀଗଛ ର ଭେଳା ଓ ମଟର ଟ୍ୟୁବ୍‌। ଏ ଗାଁର ୧୫୦ ପରିବାରର ଲୋକ ମାନେ ଦହଗଞ୍ଜ ହେଉଛନ୍ତି। ପାନୀୟ ପାଇଁ ଉପଯୋଗ ଥିବା ୫ ଗୋଟି ନଳକୂପ ମଧ୍ୟରୁ ୩ ଗୋଟି ନଳକୂପ ବନ୍ୟା ଜଳରେ ବୁଡି ରହିଛି। ମୁଖ୍ୟ ସମସ୍ୟା ଭାବରେ ପାନୀୟ ଜଳ ଠିଆ ହୋଇଛି। ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଏବେ ୮ ଫୁଟର ପାଣି ଭିତରେ ବୁଡିଛି। ବିଦ୍ୟାଳୟର ସମସ୍ତ ଆସବାବ ପତ୍ର ପାଣି ଭିତରେ। ରାତି ହେଲେ ବିଷଧର ସାପ ମାନଙ୍କର ଆଶଙ୍କା ଲୋକଙ୍କୁ ଛାନିଆ କରୁଛି। ଥଣ୍ଡା, କାଶ, ଜ୍ବର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳିନଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ ହରିରାଜପୁର ପଞ୍ଚାୟତ ପକ୍ଷରୁ ସରକାରୀ ରିଲିଫ ବାବଦରେ ଶୁଖିଲା ଖାଦ୍ୟ ଚୂଡା,ଚିନି ଓ ବିସ୍କୁଟ ବ୍ଲକ ପ୍ରଶାସନ ନିର୍ଦ୍ଦେଶକ୍ରମେ ୨ ଦିନ ପାଇଁ ଦିଆଯାଇଥିବା ଜଣାପଡିଛି। ସରପଞ୍ଚ ଦେବସ୍ମିତା ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୨ ଦିନର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ସମାଜସେବୀ ତଥା ସରପଞ୍ଚଙ୍କ ପ୍ରତିନିଧି ପରମାନନ୍ଦ ସେଠୀ ଓ ନାଏବ ସରପଞ୍ଚ ଉପସ୍ଥିତ ରହି ଓାର୍ଡ ସଭ୍ୟଙ୍କ ସହଯୋଗରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ସମ୍ପର୍କରେ ଗ୍ରାମବାସୀ କହିଛନ୍ତି।
ହରିରାଜପୁର ପଞ୍ଚାୟତର ଯୋରକୂଳ ଗାଁଟି ଏକ ବିପଦପୂର୍ଣ୍ଣ ବନ୍ୟାଞ୍ଚଳ। ଗାଁରେ ପାଣି ପ୍ରବେଶ କରିବା ଠାରୁ ଛାଡିବା ପର୍ଯ୍ୟନ୍ତ ଗାଁର ଲୋକ ମାନେ ବିପଦପୂର୍ଣ୍ଣ ଭାବରେ ରହିବାକୁ ପଡେ ବୋଲି ଗ୍ରାମର ପୁରୁଖା ଲୋକ ଓ ଗ୍ରାମ ମୁରବୀ ମାନେ କହିଛନ୍ତି। ଦୀର୍ଘ ଦିନ ଧରି କୋଭିଡ ନିୟମ ଅନୁପାଳନ କରି ଗାଁରେ ବସିରହିଥିବା ଶ୍ରମଜୀବି ମାନେ ଏବେ ବନ୍ୟା ପ୍ରଭାବରେ କୃଷି ଓ ଜୀବିକା ହରାଇଥିବା କହିଛନ୍ତି। ଯଥାଶୀଘ୍ର ଗ୍ରାମବାସୀଙ୍କୁ ସରକାରୀ ରିଲିଫ ଯୋଗାଇ ଦେବା ପାଇଁ ଗ୍ରାମ ପକ୍ଷରୁ ଗୋକୁଳ ରାଉତ,ସାଧୁ ଚରଣ ଖଟୁଆ, ମେଘନାଦ ସେନାପତି, ବିପିନି ସାମଲ ପ୍ରମୁଖ ଅନୁରୋଧ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories