www.samajalive.in
Monday, December 8, 2025
17.1 C
Bhubaneswar

ବ୍ୟାଙ୍କଗୁଡିକୁ ଅର୍ଥ ମନ୍ତ୍ରାଳୟର ନିର୍ଦେଶ: ଇଲେକ୍‌ଟ୍ରୋନିକ୍‌ କାରବାର ଉପରେ ଚାର୍ଜ ଲଗାଅ ନାହିଁ, ଗ୍ରାହକଙ୍କୁ କଟାଯାଇଥିବା ଅର୍ଥ ତୁରନ୍ତ ଫେରସ୍ତ କର

ନୂଆଦିଲ୍ଲୀ,୩୦ା୮: ଏଣିକି ଇଲେକ୍‌ଟ୍ରୋନିକ୍‌ କାରବାର ଉପରେ ବ୍ୟାଙ୍କଗୁଡିକ ଆଉ ଚାର୍ଜ ଲଗାଇ ପାରିବେନାହିଁ। କାରଣ ଏଭଳି କାରବାର ଉପରେ ଲଗାଯାଇଥିବା ଚାର୍ଜ ତୁରନ୍ତ ଗ୍ରାହକଙ୍କୁ ଫେରସ୍ତ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କହିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଏ ସମ୍ପର୍କରେ କୁହାଯାଇଛି।

ଇଲେକ୍‌ଟ୍ରୋନିକ୍‌ ମାଧ୍ୟମରେ ହେଉଥିବା କାରବାର ଉପରେ ଚାର୍ଜ ନ ଲଗାଇବାକୁ ବ୍ୟାଙ୍କଗୁଡିକୁ ଅର୍ଥ ମନ୍ତ୍ରାଳୟ ଆଜି କଡା ନିର୍ଦେଶ ଦେଇଛି। ଆୟକର ଆଇନ ଅଧୀନରେ ଚଳିତବର୍ଷ ଜାନୁଆରୀ ପହିଲା ପରେ ଆଦାୟ କରାଯାଇଥିବା ଏଭଳି ଚାର୍ଜ ବାବଦ ଅର୍ଥ ଗ୍ରାହକଙ୍କୁ ତୁରନ୍ତ ଫେରସ୍ତ କରାଯାଉ।  ୟୁପିଆଇ ଜରିଆରେ ହେଉଥିବା କାରବାର ଉପରେ କେତେକ ଚାର୍ଜ ଲାଗୁ କରୁଥିବା ସିବିଡିଟି ପକ୍ଷରୁ କେତେକ ପ୍ରତିନିଧିଙ୍କ ନିକଟରୁ ଜଣାଯାଇଛି। ତେବେ ସିବିଡିଟି ପକ୍ଷରୁ ଗତବର୍ଷ ଡିସେମ୍ବରରେ ଜାରି କରାଯାଇଥିବା ସର୍କୁଲାରର ଏହା ଉଲ୍ଲଘଂନ ବୋଲି କୁହାଯାଉଛି। ଅର୍ଥ ମନ୍ତ୍ରାଳୟର ନିର୍ଦେଶ ଅନୁଯାୟୀ, ଯଦି ରୂପେ କାର୍ଡ,ଭୀମ୍‌-ୟୁପିଆଇ, ୟୁପିଆଇ କ୍ୟୁଆର କୋଡ୍‌ ଜରିଆରେ ଇଲେକ୍‌ଟ୍ରୋନିକ୍‌ କାରବାର କରାଯାଇଥାଏ ତେବେ ଏହା ଉପରେ କୌଣସି ବ୍ୟାଙ୍କ କିମ୍ବା ସିଷ୍ଟମ ଯୋଗାଣକାରୀ ଚାର୍ଜ ଲାଗୁ କରିପାରିବେ ନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories