www.samajalive.in
Monday, December 8, 2025
27.1 C
Bhubaneswar

ବଲାଙ୍ଗିରରେ ଆଉ ୩୫ ନୂଆ କରୋନା ରୋଗୀ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ରବିବାର ନୂଆ ୩୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୫ ରୋଗୀଙ୍କ ମଧ୍ୟରୁ ୩୧ ଜଣ କେବଳ ବଲାଙ୍ଗିର ପୈାରାଞ୍ଚଳରୁ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।
ଜିଲା ପ୍ରଶାସନର ସୂଚନା ଅନୁସାରେ ବଲାଙ୍ଗିର କ୍ଲବପଡାରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଳାମଣ୍ଡଳପଡାରୁ ୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ପେଲେସଲାଇନରୁ ୪ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରତାପସାଗରପଡା, ରୁଗୁଡିପଡାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଥିବା ସ୍ୱାବ ପରୀକ୍ଷା ପରେ ଜଣାପଡିଛି। ସେହିପରି ଗେଟସରୋବରପଡା, ଶାନ୍ତିପଡା, ମହାଦେବନଗର, କଲେଜ ଛକ, ଠିକାଦାରପଡା, ହାତୀଶାଲ ପଡା ଓ ବରପାଲିପଡାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗିର ସଦର ବ୍ଲକ କୁତୁର୍ଲା ଓ ସଇଁନ୍ତଲା ବ୍ଲକ ଭଟସରରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ଜିଲାପ୍ରଶାସନ ସୂଚନା ଦେଇଛି। ରବିବାର ଚିହ୍ନଟ ହୋଇଥିବା ୩୫ ଜଣ ରୋଗୀଙ୍କ ମଧ୍ୟରେ ଦୁଇ ଜଣ ଆକ୍ରାନ୍ତ ସୋନପୁର ଜିଲାର ହୋଇଥିବା ମଧ୍ୟ ଜଣାପଡିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories