www.samajalive.in
Monday, December 8, 2025
27.1 C
Bhubaneswar

ଭବାନୀପାଟଣାର ୩୬ ଟି ପଞ୍ଚାୟତରେ ଘରଘର ବୁଲି କରୋନା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଭବାନୀପାଟଣା: ଭବାନୀପାଟଣା ବ୍ଲକ ୩୬ ଟି ପଞ୍ଚାୟତରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଏବଂ ସେମାନଙ୍କ ଠାରୁ ନମୂନା ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ଘରକୁ ଘର ବୁଲି ସର୍ଭେ କରାଯିବା ପାଇଁ ଅଙ୍ଗନବାଡି, ଆଶାକର୍ମୀ ଓ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ଏହି ଟିମ୍‍କୁ ତତ୍ତ୍ୱାବଧାନ କରିବା ପାଇଁ ବ୍ଲକର ୩୬ ଟି ପଞ୍ଚାୟତରେ ୫୩ ଜଣ ସୁପରଭାଇଜର ଓ ୨୬ ଜଣ ସେକ୍ଟର ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତିଦିନ ଅଙ୍ଗନାବାଡି କର୍ମୀ ଓ ଶିକ୍ଷକମାନେ ସ୍କ୍ରିନିଂ କରିବାପରେ ଅପରାହ୍ନ ୩ ଟା ସୁଦ୍ଧା ସୁପରଭାଇଜରଙ୍କୁ ରିପୋର୍ଟ ପ୍ରଦାନ କରିବେ। ସୁପରଭାଇଜର ମାନେ ୪ ପୂର୍ବରୁ ରାପିଡ୍‍ ରେସ୍ପନ୍ସ ଟିମ୍‍କୁ ରିପୋର୍ଟ କଲାପରେ ବିଡିଏମ୍‍ଙ୍କଠାରେ ରିପୋର୍ଟ ଦାଖଲ ପାଇଁ ସଦର ବିଡିଓ ପ୍ରୀତା କୁମାର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବ୍ଲକର ୩୬ ଗୋଟି ପଞ୍ଚାୟତର ୨୯୭ ଗ୍ରାମର ୪୩ ହଜାର ୭୦୨ ପରିବାରର ସ୍କ୍ରିନିଂ କରାଯିବ। ନମୁନା ପରୀକ୍ଷା ପାଇଁ ବ୍ଲକର ବୋର୍ଡା, ଅର୍ତ୍ତଲ, ମାଲଗାଁ, ମଦିଗୁଡା, ପଲନା, ସେଁପୁର, ଚହଗାଁ, କଲମ, କାମଠଣା, କର୍ଲାଗୁଡା, ଦାଦପୁର, କର୍ଲାପଡା, ଦେପୁର, ଥୁଆପଦର, ଗୁଡିଆଲିପଦର, ମେଦିନୀପୁର, ସୁଜାନପୁର, କୁଟ୍ରୁଖମାର, ଦୁଆରସୁନୀ, ରିଶଗାଁ, ଯୁଗସାଇପାଟଣା, ପୋଖରୀଘାଟ, ମସିଗାଁ ଓ ସଗଡାଠାରେ ଟେଷ୍ଟିଂ ସେଣ୍ଟର ଖୋଲା ଯାଇଛି। ଏନେଇ ଏବିଡିଓ ଶ୍ରୀଧର ପଣ୍ଡା ଓ ବୋର୍ଡା ସିଏଚ୍‍ସି ଏମ୍‍ଓ ଇନ୍‍ଚାର୍ଜ ଡା. ରାଜେନ୍ଦ୍ର ନାରାୟଣ ସିଂ ଦଳପତି କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories