www.samajalive.in
Thursday, December 11, 2025
27.1 C
Bhubaneswar

‘ନିଟ୍‌’ ଓ ‘ଜେଇଇ’ ପରୀକ୍ଷା ସ୍ଥଗିତ ରାଜନୀତି ତୀବ୍ର; ରାୟର ସମୀକ୍ଷା ଆବେଦନ କଲେ ୬ ରାଜ୍ୟ

ନୂଆଦିଲ୍ଲୀ : ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୧୩ରେ ନିଟ୍‌ ଓ ୧ରୁ ୬ ମଧ୍ୟରେ ଜେଇଇ ଆୟୋଜନ ପାଇଁ ସରକାର ସମସ୍ତ ପ୍ରସ୍ତୁତି ଚଳାଇଥିବାବେଳେ ଏହାକୁ ତାଳ ଦେଇ ପରୀକ୍ଷା ସ୍ଥଗିତ ରଖିବା ଦାବି ଜୋର୍‌ ଧରିଛି। ବୁଧବାରର ନିଷ୍ପତ୍ତି ଅନୁସାରେ ଛ’ ଗୋଟି ଅଣବିଜେପି ଶାସିତ ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ଶୁକ୍ରବାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସେମାନେ ଆଇନଜୀବୀ ସୁନୀଲ ଫର୍ଣ୍ଣାଣ୍ଡିସ୍‌ଙ୍କ ମାଧ୍ୟମରେ ଗତ ମାସ ୧୭ରେ ସୁପ୍ରିମ​‌େ​କ‌ାର୍ଟ ପରୀକ୍ଷା ସଂକ୍ରାନ୍ତରେ ଦେଇଥିବା ରାୟର ପୁନର୍ବିଚାର ପାଇଁ ଆବେଦନ ସହ ଏହାର ଜରୁରୀକାଳୀନ ବିଚାର ପାଇଁ ନିବେଦନ କରିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଉଛନ୍ତି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ପଞ୍ଜାବ ଓ ରାଜସ୍ଥାନ। ଏଥିରେ ପଶ୍ଚିମବଙ୍ଗ ଶ୍ରମମନ୍ତ୍ରୀ ମଳୟ ଘଟକ, ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ରାମେଶ୍ବର ଓରାଓଁ, ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା, ଛତିଶଗଡ଼ ଯୋଜନା ମନ୍ତ୍ରୀ ଅମରଜିତ ଭଗତ, ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଧୁ, ମହାରାଷ୍ଟ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଉଦୟ ରବୀନ୍ଦ୍ର ସାନ୍ତ ଦସ୍ତଖତ କରିଛନ୍ତି। କରୋନା ମହାମାରୀ ଓ ବିଭିନ୍ନ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଏବଂ ଗମନାଗମନ ସମସ୍ୟା କାରଣରୁ ଏହି ଦୁଇଟି ପରୀକ୍ଷା ସ୍ଥଗିତ ରଖିବାକୁ ସେମାନେ ନିବେଦନ କରିଛନ୍ତି। ପ୍ରାୟ ୨୫ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିପଦମୁହଁକୁ ଠେଲି ଦିଆ ନ ଯାଉ ବୋଲି ସେମାନେ ଆବେଦନରେ ଦର୍ଶାଇଛନ୍ତି। ଅପରପକ୍ଷରେ ଏହି ଦୁଇ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଯିବା ଦାବିରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରତି ରାଜ୍ୟର କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କ ସହ ସମାଜବାଦୀ ପାର୍ଟି ଭଳି ଅନ୍ୟ ଅଣବିଜେପି ଦଳଗୁଡ଼ିକ ମଧ୍ୟ ଏହି ବିକ୍ଷୋଭରେ ସକ୍ରିୟ ଅଂଶଗ୍ରହଣ କରିଥିବା ଦେଖାଯାଇଛି। ବହୁ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଛି। ଏଥିସହିତ କଂ​‌େ​‌ଗ୍ରସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଛାତ୍ରଛାତ୍ରୀଙ୍କ ବାସ୍ତବ ସମସ୍ୟା ପ୍ରତି ସରକାର ଧ୍ୟାନଦେବାକୁ ପରାମର୍ଶ ଦେଇଛନ୍ତି। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଜନସାଧାରଣଙ୍କୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ସେମାନଙ୍କ ସମର୍ଥନରେ ଏକତ୍ର ଭାବେ ଛିଡ଼ା ହେବାକୁ ନିବେଦନ କରିଛନ୍ତି। ଦଳ ପକ୍ଷରୁ ପରୀକ୍ଷା ବାତିଲ ନୁହେଁ; ନଭେମ୍ବର ବା ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି ହେଉଥିବା ସେମାନେ ଦର୍ଶାଇଛନ୍ତି। ଏହି ପରୀକ୍ଷାକୁ ନେଇ ରାଜନୀତି ଜୋର୍‌ ଧରିଛି। ଗୁଜରାଟ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ବିଜେପି ଶାସିତ ରାଜ୍ୟ ସରକାରମାନେ ପରୀକ୍ଷାର୍ଥୀଙ୍କ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ନିବେଦନ କରିଥିବାବେଳେ ବିଜେପିର ଛାତ୍ର ସଂଗଠନ ଏବିଭିପି ପକ୍ଷରୁ ସହଯୋଗ ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି।
ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ୧୭ତାରିଖରେ ପରୀକ୍ଷା ସ୍ଥଗିତ ରଖାଯିବା ସଂକ୍ରାନ୍ତ ଆବେଦନକୁ ଖାରଜ କରିବା ସହ ଛାତ୍ରଛାତ୍ରୀଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ବର୍ଷ ନଷ୍ଟ ହେବାର ସୁଯୋଗ ଦିଆଯାଇପାରିବ ନାହିଁ ବୋଲି ମତ ଦେଇଥିଲେ। ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ପରୀକ୍ଷାର୍ଥୀ ସେମାନଙ୍କ ଆଡମିଟ୍‌ କାର୍ଡ ପାଇସାରିଥିବାରୁ ସେମାନେ ପରୀକ୍ଷା ସ୍ଥଗିତ ରଖାଯିବା ଚାହୁଁ ନାହାନ୍ତି। ପରୀକ୍ଷାର ଆୟୋଜନକାରୀ ଏନ୍‌ଟିଏ ପକ୍ଷରୁ ବୁଧବାର ପରୀକ୍ଷା ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ଘୋଷଣା କରାଯାଇଥିଲା।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories