www.samajalive.in
Monday, December 8, 2025
17.1 C
Bhubaneswar

ବର୍ଷା ଓ କରୋନାରୁ ରକ୍ଷା ପାଇଁ ଏଭଳି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ବର୍ତ୍ତମାନ ଚାରିଆଡ଼େ କରୋନା ମହାମାରୀ ସଭିଁଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିସାରିଛି। ଏହାସହ କିଛି ଦିନ ହେବ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ତେଣୁ ଏଭଳି ସମୟରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ଆବଶ୍ୟକ। ବର୍ଷା ଓ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଅତି ଆବଶ୍ୟକ ନହେଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଘରୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର କରନ୍ତୁ। ସାମଜିକ ଦୂରତ୍ୱ ରକ୍ଷା କରନ୍ତୁ।
– ପ୍ରତିଦିନ ସକାଳ ହେବା ମାତ୍ରେ ଉଷୁମ ପାଣି ପିଅନ୍ତୁ। ଅଳ୍ପ ଉଷୁମ ପାଣିରେ ପ୍ରତିଦିନ ଗାଧାନ୍ତୁ। ବର୍ଷାରେ ଆଦୌ ଓଦା ହୁଅନ୍ତୁ ନାହିଁ।
– ନାଲି ଚା’ କିମ୍ବା କାଢା ପ୍ରସ୍ତୁତ କରି ପିଅନ୍ତୁ।
ଥଣ୍ଡାଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପାୟରେ ଆପଣ କାଢା ପ୍ରସ୍ତୁତ କରି ପିଇପାରିବେ। ଜାଣନ୍ତୁ , ଘରେ କିଭଳି ପ୍ରସ୍ତୁତ ଏହି କାଢା। ଯାହାକୁ ପିଇବା ଦ୍ୱାରା ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ହେବା ସହ ଥଣ୍ଡାଜନିତ ସମସ୍ୟାରୁ ଶରୀରକୁ ଦୂରେଇ ରଖେ…..
ଅଦାଖଣ୍ଡ – ୨ଟି
ଡ଼ାଲଚିନି – ୨ଟି
ତେଜପତ୍ର – ୧ଟି
ଲବଙ୍ଗ – ୫ଟି
ଗୋଲମରିଚ – ୪ଟି
ତୁଳସୀପତ୍ର – ୪ଟି
ଗୁଡ଼ – ୧ ଚାମଚ
ପାଣି – ୧କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଦା, ଡ଼ାଲଚିନି, ଲବଙ୍ଗ, ଗୋଲମରିଚକୁ ଛେଚି ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଏଥିରେତେଜପତ୍ର, ଅଦା, ଡ଼ାଲଚିନି, ଲବଙ୍ଗ, ଗୋଲମରିଚ, ତୁଳସୀ, ଗୁଡ଼ ପକାଇ ଫୁଟାନ୍ତୁ। କିଛି ସମୟ ପରେ ଏକ ପାତ୍ରକୁ କାଢି ପିଅନ୍ତୁ।
-ସିଝା ଅଣ୍ଡା ଖାଆନ୍ତୁ।
– ଭିଟାମିନ ଜନିତ ସମସ୍ତ ଖାଦ୍ୟ, ସବୁଜ ପନିପରିବା,
ପ୍ରତିଦିନ ଯୋଗ ଓ ପ୍ରାଣାୟମ କରନ୍ତୁ।
– ଉଷୁମ ପାଣିରେ ପାଦ ବୁଡ଼ାଇ ୫ ମିନିଟ ରଖନ୍ତୁ।
– ଥଣ୍ଡା ଜାତୀୟ ଜିନିଷରୁ ତଥା ଖାଦ୍ୟ ପାନୀୟରୁ ନିଜକୁ ଦୂରେଇ ରଖନ୍ତୁ।
– ଖାଦ୍ୟରେ କଞ୍ଚା ରସୁଣ ନିଶ୍ଚୟ ଖାଆନ୍ତୁ।
– ଏହାସହ ମସଲା ଜାତୀୟ ଜିନିଷ ଯେପରି ଗୋଲମରିଚ, ଡ଼ାଲଚିନି, ଅଦା, ଗୁଜୁରାତି ଆଦି ଖାଦ୍ୟରେ ବ୍ୟବହାର କରି ଖାଆନ୍ତୁ।
– ଘରଦ୍ୱାର ପରିଷ୍କାର ରଖନ୍ତୁ। ପରିଷ୍କାର ପୋଷାକ ପିନ୍ଧନ୍ତୁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories