www.samajalive.in
Monday, December 8, 2025
20.1 C
Bhubaneswar

ରଖେ ହରି ତ ମାରେ କିଏ ?ଗଛରେ ଚଢ଼ି ଆତ୍ମହତ୍ୟା ବେଳେ ଭାଙ୍ଗିଗଲା ଡ଼ାଳ

 ପାଇକମାଳ:  ପାଇକମାଳ ବ୍ଳକ ଜାମସେଠ ଗ୍ରାମରେ ଜଣେ ବ୍ୟକ୍ତି ଗଛରେ ଫାଶୀ ଦେବାୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ବେଳେ  ଡ଼ାଳ ଭାଙ୍ଗିଯିବାରୁ  ଅଳ୍ପକେ ବର୍ତି ଯାଇଛନ୍ତି । ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଘରକୁ ପଠାଇ ଦେଇଛନ୍ତି ।
ଜାମସେଠ ଡାକ୍ତରଖାନା ଭିତରେ ରହିଛି ଏକ ବିଶାଳ ଗଛ। ଜଣେ ବ୍ୟକ୍ତି ଏହି ଗଛରେ ପ୍ରାୟ ୫୦/୬୦ ଫୁଟ ଉପରକୁ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗଛ ଡ଼ାଳରେ ଦଉଡ଼ି ବାନ୍ଧି ନିଜ ବେକରେ ଆରପଟରେ ଫାଶକୁ ଲଗାଇ ଝୁଲି ପଡ଼ିବା ବେଳକୁ ଗଛ ଡ଼ାଳଟି ଭାଙ୍ଗି ଯାଇଥିଲା । ଫଳରେ ସେ ଉପରୁ ଖସି ଆସି ମଝିରେ ଆଉ ଏକ ଡ଼ାଳରେ ଝୁଲି ରହିଥିଲେ । ଏହାକୁ ଦେଖିବା ପରେ କିଛି ଲୋକ ପାଇକମାଳ ଥାନା ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ମାତ୍ର ପୁଲିସ ଓ ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ଗ୍ରାମବାସୀମାନେ ଗୁରୁତର ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତଳକୁ ଆଣିବାକୁ ସକ୍ଷମ ହୋଇଥିଲେ ।ସରପଞ୍ଚ ପ୍ରତିନିଧି ଶରତ ଚନ୍ଦ୍ର ତାଣ୍ଡି, ଆରଆଇ ଲୋକନାଥ  ସିଦାର, ଯୋଶୋବନ୍ତ ପ୍ରଧାନ, ମଦନ ଭୋଇ ,କୈଳାସ ହଂସ, ଜିତୁନ ପଟ୍ଟନାୟକ ,ସୁରନ୍ ପ୍ରଧାନ, ନରେନ୍ଦ୍ର ଭୋଇ ପ୍ରମୁଖ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବୁଝାସୁଝା କରି ଘରକୁ ପଠାଇଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories