www.samajalive.in
Monday, December 8, 2025
20.1 C
Bhubaneswar

କୃତ୍ରିମ ଗୋଡ ଅପେକ୍ଷାରେ ଭିନ୍ନକ୍ଷମ ଦୁଷ୍ମନ୍ତ 

ରେଙ୍ଗାଲି: ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଥିବା ଦୁଷ୍ମନ୍ତ ଭୋଇ (୪୫) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଙ୍ଗଟିକ୍ରା ଗ୍ରାମର ବାସିନ୍ଦା। ୪ବର୍ଷ ତଳେ ଟ୍ରେନରୁ ଓହ୍ଲାଇବା ସମୟରେ ଦୁର୍ଘଟଣା ଗ୍ରସ୍ତ ତାଙ୍କର ବାମ ପାର୍ଶ୍ବର ଗୋଡ ଗୁରୁତର ଭାବରେ ଜଖମ ହୋଇଥିଲା। ଆଘାତ ଏତେ ଗୁରୁତର ଥିଲା ଯେ ଦଷ୍ମନ୍ତଙ୍କ ଗୋଡକୁ ଜଙ୍ଘ ପାଖରୁ କାଟିବାକୁ ପଡ଼ିଲା। ଦୁଷ୍ମନ୍ତଙ୍କର ଆର୍ଥିକ ଅବସ୍ଥା ଠିକ୍‍ ନ ଥିବାରୁ ଗୋଟିଏ ଗୋଡ ହରାଇଥିଲେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ହୋଟେଲରେ ମିସ୍ତ୍ରୀ କାମ କରୁଛନ୍ତି। ଆଶାବାଡିରେ ବହୁ କଷ୍ଟ ରେ ଚଳାବୁଲା କରିବା ବହୁତ କଷ୍ଟ ହେଉଛି। ଗୋଡ ହରାଇବା ପରେ ସରକାର ଙ୍କ ଠାରୁ ବ୍ଳକ୍‍ ଜରିଆରେ ପ୍ରତିମାସ ଭିନ୍ନକ୍ଷମ ଭତ୍ତା ମିଳୁଛି ବୋଲି ଦୁଷ୍ମନ୍ତ ଭୋଇ ପ୍ରକାଶ କରିଛନ୍ତି। ତେବେ କୃତ୍ରିମ ଗୋଡ ଯୋଗାଇ ଦେଲେ ଚଳପ୍ରଚଳରେ ସୁବିଧା ହେବା ସହିତ କାମଧନ୍ଦା କରିବାରେ ସହଜ ହୁଅନ୍ତା। ସରକାର ଏଥିପାଇଁ ସାହାଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories