www.samajalive.in
Monday, December 8, 2025
20.1 C
Bhubaneswar

ଭିସୁଟ୍‌-ଇସ୍ରୋ ଏମ୍‌ଓୟୁ: କୃତ୍ରିମ ରକେଟ ଓ ଉପଗ୍ରହ ମଡେଲ ତିଆରି ପାଇଁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେବ ଇସ୍ରୋ

ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ଓ ଆର୍ଥିକ ସହାୟତା ପାଇଁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌) ଏବଂ ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ) ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଏହାସହିତ ଇସ୍ରୋ ସହଯୋଗରେ ଭିସୁଟ୍‌ରେ ବୀର ସୁରେନ୍ଦ୍ର ସାଏ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ଓ ଭିସୁଟ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି। ଇ​​ସ୍ରୋ ଅଧ୍ୟକ୍ଷ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ଡ. କେ. ଶିବାନ ଓ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀ ଏମଓୟୁରେ ସ୍ବାକ୍ଷର କରିଛନ୍ତି। ଡ. ଶିବାନ ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟ ଓ ପ୍ରଫେସର ଚୌଧୁରୀ ବୁର୍ଲା ଭିସୁଟରେ ଉପସ୍ଥିତ ରହି ‘ଜିଟ୍ସି ମିଟ୍ଜ’ ଆପ ଜରିଆରେ ଏମଓୟୁ ସ୍ବାକ୍ଷର କରିଥିବା ଜଣାପଡ଼ିଛି। ଉଭୟ ପକ୍ଷ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିନାମା ଅନୁସାରେ ଏହି କେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ସବୁ ପ୍ରକାର ବୈଷୟିକ ପରାମର୍ଶ ସହିତ ଅନ୍ତରୀକ୍ଷ ଗବେଷଣା ସୁବିଧାଯୁକ୍ତ ଏକ ବିଜ୍ଞାନାଗାର ବିକଶିତ କରିବା ପାଇଁ ୫୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବ। କୃତ୍ରିମ ରକେଟ ଓ ଉପଗ୍ରହ ମଡେଲ ତିଆରି ପାଇଁ ଯାହା ବୈଷୟିକ ଜ୍ଞାନକୌଶଳ ଆବଶ୍ୟକ ସେ ସବୁ ଇସ୍ରୋ ଯୋଗାଇ ଦେବ। ଭିସୁଟରେ ବିକଶିତ ହୋଇଥିବା ରକେଟର କାର୍ଯ୍ୟକାରୀତା ପରୀକ୍ଷଣ ପାଇଁ ଥୁମ୍ବା, ଶ୍ରୀହରିକୋଟା, ବାଲେଶ୍ବର ଉତକ୍ଷେପଣ କେନ୍ଦ୍ରରେ ଉପଲବ୍ଧ ଥିବା ସୁବିଧାସୁଯୋଗ ଯୋଗାଇ ଦିଆଯିବ। ଇସ୍ରୋରେ ଉପଲବ୍ଧ ଥିବା ହାଇ-ଟେକ ପରୀକ୍ଷଣର ସୀମିତ ସୁଯୋଗ ଭିସୁଟକୁ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପଗୁଡ଼ିକ ବିକଶିତ କରିବାରେ ସଂପୃକ୍ତ ଥିବା ଭିସୁଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେ ଜଣଙ୍କୁ ଇସ୍ରୋ ନିଃଶୁଳ୍କ କିମ୍ବା ରିହାତି ଫି’ରେ ଆବଶ୍ୟକ ପ୍ରଶିକ୍ଷଣ ଯୋଗାଇ ଦେବ ବୋଲି ଏମ୍‌ଓୟୁରେ ଦର୍ଶାଯାଇଛି।
ଅନ୍ୟ ପକ୍ଷରେ ଭିସୁଟ୍‌ ଇସ୍ରୋଠାରୁ ଅନ୍ତରୀକ୍ଷ ଗବେଷଣା ଓ ରକେଟ ତିଆରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆହରଣ କରିବାର ସୁଯୋଗ ପାଇପାରିବ। ରକେଟ ତିଅାରି ପାଇଁ ଭିସୁଟ ଏହାର ସିଭିଲ, କେମିକାଲ, ମେକାନିକାଲ, ଇଲେକ୍ଟ୍ରିକାଲ ଇଂଜିନିୟରିଂ ଆଦି ସମସ୍ତ ବିଭାଗୀୟ ବିଜ୍ଞାନାଗାରକୁ ଉପ​ଯୋଗରେ ଲଗାଇବ। ଭିସୁଟ ପରବର୍ତ୍ତୀ ସମୟରେ ଅନ୍ତରୀକ୍ଷ ଉଦ୍ଭାବନ କ୍ଷେତ୍ରରେ କାମ କରୁଥିବା ଅନ୍ୟ ପ୍ରତିଷ୍ଠାନଗୁଡ଼ିକକୁ ଏହି ଜ୍ଞାନକୌଶଳକୁ ସଂପ୍ରସାରିତ କରିବା ଲକ୍ଷ୍ୟ ରଖିଛି। ବୀର ସୁରେନ୍ଦ୍ର ସାଏ ଅନ୍ତରୀକ୍ଷ ଉଦ୍ଭାବନ କେନ୍ଦ୍ରରେ ରକେଟ ତିଆରି କ୍ଷେତ୍ରରେ ଯେଉଁ ଛାତ୍ରଛାତ୍ରୀ ଗବେଷଣା କରିବେ ସେମାନଙ୍କୁ ଭିସୁଟ ନିଜସ୍ବ ପ୍ରଶିକ୍ଷଣ ମଧ୍ୟ ଯୋଗାଇ ଦେବ ବୋଲି କୁଳପତି ପ୍ରଫେସର ଚୌଧୁରୀ ସୂଚନା ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories