www.samajalive.in
Monday, December 8, 2025
20.1 C
Bhubaneswar

ଜେନାପୁର ଥାନରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ଗଡମଧୁପୁର: ଜେନାପୁର ଥାନରେ ନୂତନ ଥାନାଧିକାରୀ ଭାବରେ ଆଶିଷ କୁମାର ସାହୁ ଯୋଗ ଦେଇଛନ୍ତି। ଗତ ୩ ତାରିଖରେ ଯାଜପୁର ଅରକ୍ଷୀ ଅଧିକ୍ଷକ ଚରଣ ସିଂ ମିନାଙ୍କ ନିର୍ଦ୍ଦେଶରେ ଜିଲାର ଏକକାଳିନ ୮ଜଣ ଥାନାଧିକାରୀଙ୍କର ବିଭିନ୍ନ ଥାନାକୁ ବଦଳି ହୋଇଥିଲା। ଜେନାପୁର ଥାନାରେ ଥାନାଧିକାରୀ ଭାବରେ ଥିବା ଶୁସାନ୍ତ କୁମାର ଦାସଙ୍କ ବଦଳି କଳିଙ୍ଗନଗର ଥାନକୁ ହୋଇଥିବା ସ୍ଥଳେ ତାଙ୍କ ସ୍ଥାନରେ ଯୋଗଦେବାକୁ ଯାଜପୁର ଟାଉନଥାନା ଅଧିକାରୀ ଅଶିଷ କୁମାର ସାହୁଙ୍କୁ ନିର୍ଦ୍ଦେଶ ହୋଇଥିଲା। ଆଜି ଦିନ ଦୁଇଘଟିକା ସମୟରେ ଶ୍ରୀ ସାହୁ ଥାନାରେ ପହଞ୍ଚିବା ପରେ ତାଙ୍କୁ ଥାନା ତରଫରୁ ଗାର୍ଡ ଅଫ ଅନର ଦିଆଯାଇ ଥାନାକୁ ପାଛୋଟି ନିଆଯାଇଥିଲା। ପୂର୍ବରୁ ଥାନରେ ଉପସ୍ଥିତ ଥିବା ଥାନାଧିକାରୀ ଶୁସାନ୍ତ କୁମାର ଦାସ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ପୂର୍ବରୁ ଶ୍ରୀ ସାହୁ ଜିଲାର କୁଆଖିଆ ଥାନରେ ଥାନାଧିକାରୀ ଭାବରେ ଦୁଇ ବର୍ଷ କାର୍ୟ୍ୟ କରିଥିବା ବେଳେ ଏବେ ଯାଜପୁର ଟାଉନଥାନରେ କାର୍ୟ୍ୟରତ ଥିଲେ। ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଭେଟି ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ନେତାଜୀ ସାମ୍ବାଦିକ ସଂଘର ସଦସ୍ୟମାନେ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories