www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଭିଟାମିନ ସିର ଆବଶ୍ୟକତା

ଭିଟାମିନକୁ ଆମ ଶରୀର ଆପେ ଆପେ ପ୍ରସ୍ତୁତ କରିନଥାଏ, ବରଂ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟରୁ ହିଁ ଶରୀରକୁ ଭିଟାମିନ ସି ମିଳିଥାଏ। ଭିଟାମିନ ସି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଏହା ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଜାଣନ୍ତୁ ଏହା ବିଷୟରେ ……….
– ଭିଟାମିନ ସି ବୃକକ୍‍ କୁ ସୁସ୍ଥ ରଖିବା ପାଇଁ ଲାଭଦାୟକ। ଏହା ରକ୍ତଚାପ ଦୂର କରିଥାଏ।
ଭିଟାମିନ ସି ଅଭାବ ହେବା ଦ୍ୱାରା ରକ୍ତଚାପ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
– ଚକ୍ଷୁକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଭିଟାମିନ ସି ଖୁବ ଉପକାରୀ। ଏହା ଦାନ୍ତ ଜନିତ ବିଭିନ୍ନ ରୋଗକୁ ଦୂର କରିଥାଏ। ତେଣୁ ଭିଟାମିନ ସି ଅଭାବରେ ଚକ୍ଷୁ ଓ ଦାନ୍ତ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
– ଭିଟାମିନ ସି ସାଧାରଣତଃ ବିଭିନ୍ନ ପ୍ରକାର ଫଳ ଓ ପନିପରିବାରୁ ମିଳିଥାଏ। ତେଣୁ ଭିଟାମିନ ସି ପାଇଁ ଆପଣଙ୍କୁ ନିୟମିତ ବିଭିନ୍ନ ପ୍ରକାର ଫଳ ଓ ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରିବାକୁ ଆବଶ୍ୟକ। ପାଳଙ୍ଗ ଶାଗ, କଦଳୀ, ଲିଚୁ, ଲେମ୍ବୁ, କିୱି ଆଦିରେ ପ୍ରଚୁର ଭିଟାମିନ ସି ରହିଥାଏ।
– ଏହା ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
– ଭିଟାମିନ ସି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା, ଶରୀରରେ ସୃଷ୍ଟି ହୋଇଥିବା କ୍ଷତକୁ ଖୁବ ଶୀଘ୍ର ଭଲ ହେବାକୁ ସକ୍ଷମ ହୋଇଥାଏ।
– ଶରୀରରେ ଭିଟାମିନ ସିର ଅଭାବ ହେବା ଦ୍ୱାରା ଦୁର୍ବଳ ଅନୁଭବ, ରୋଗ ପ୍ରତିରୋଧକ କ୍ଷମତା ହ୍ରାସ, ହାଡ଼ ଜନିତ ସମମ୍ୟା, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ତ୍ୱଚାର ରୁକ୍ଷାପଣ ଆଦି ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories