www.samajalive.in
Monday, December 8, 2025
20.1 C
Bhubaneswar

ସ୍ୱାମୀ ଓ ୨ ଛୁଆଙ୍କ ହତ୍ୟା ପରେ ମହିଳା ଡ଼ାକ୍ତରଙ୍କ ଆତ୍ମହତ୍ୟା ଅଭିଯୋଗ

ନାଗପୁର : ମହାରାଷ୍ଟ୍ରର ନାଗପୁର ଏକ ଅଭାବନୀୟ ଘଟଣା ଘଟିଥିବା ବୁଧବାର ଜଣାପଡ଼ିଛି। ଜଣେ ମହିଳା ଡ଼ାକ୍ତର ନିଜ ସ୍ୱାମୀ ଓ ୨ ଛୁଆଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଡ଼ାକ୍ତରଙ୍କ ସ୍ୱାମୀ ଜଣେ ଇଞ୍ଜିଂନିୟରିଂ କଲେଜର ଚାକିରୀ କରିଥିଲେ। ତାଙ୍କ ୨ ଛୁଆଙ୍କ ବୟସ ଯଥାକ୍ରମେ ୧୧ ଓ ୫ ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ଏହା ଗତକାଲିର ଘଟଣା। ମହିଳାଙ୍କ ସ୍ୱାମୀ ଓ ୨ ଛୁଆଙ୍କ ମୃତ ଦେହ ଶୋଇବା ଘରୁ ମିଳିଥିବା ବେଳେ ମହିଳାଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମାନଙ୍କ ସହ ଅନ୍ୟ ଜଣେ ବୃଦ୍ଧ ମହିଳା ରହୁଥିଲେ। ତାଙ୍କ ମତାନୁଯାୟୀ ସେ କବାଟ ବାଡ଼େଇବାରୁ କେହି ଜବାଦ ଦେଇନଥିଲେ। ପରେ ସେ ଦେଖିଲେ ସମସ୍ତଙ୍କ ମୃତଦେହ ପଡ଼ି ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories