www.samajalive.in
Thursday, December 11, 2025
27.1 C
Bhubaneswar

ଚୀନକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି: ବଢ଼ୁଛି ପରମାଣୁ ଯୁଦ୍ଧ ଆଶଙ୍କା

ୱାଶିଂଟନ:  ବିଶ୍ବରେ ମହାଶକ୍ତି ବୋଲାଉଥିବା ଦେଶଗୁଡ଼ିକ ଯେଉଁପରି ଯୁଦ୍ଧାସ୍ତ୍ର ନିର୍ମାଣ ପ୍ରସ୍ତୁତି ଚଳାଇଛନ୍ତି ଏହା ଆଉ ଏକ ବିଶ୍ବଯୁଦ୍ଧ ଆଶଙ୍କା ସୃଷ୍ଟି କରିଛି । ଏହା ଏପରି ଏକ ଯୁଦ୍ଧ ହେବ ଯାହା ସାରା ବିଶ୍ବକୁ ବିନାଶ କରିଦେବ । ଏପରିକି ଏହି ଯୁଦ୍ଧ ମାନବଜାତି ନିମନ୍ତେ ଅଭିଶାପ ସାବ୍ୟସ୍ତ ହୋଇପାରେ । ଏଥିରେ କେତେ ଲୋକ ମରିବେ ତାହାର ଆକଳନ କରିବା ମଧ୍ୟ କଷ୍ଟକର ହୋଇ ପଡ଼ିବ । ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଏସିଆରେ ମୁତୟନ କରିବା ପାଇଁ ଆମେରିକାର ଯୋଜନା ପରେ ବିଶ୍ବ ସମୁଦାୟ ଚିନ୍ତିତ ହୋଇଛନ୍ତି । ଚୀନର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆମେରିକା ପୃଥିବୀ ନିମନ୍ତେ ସବୁଠାରୁ ବଡ଼ ବିପଦ ବୋଲି ମାନୁଛି ଓ ଏହାର ମୁକାବିଲା କରିବା ନିମନ୍ତେ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି । ୱାଶିଂଟନର ଯୁଦ୍ଧାସ୍ତ୍ର ବିଶେଷଜ୍ଞ ମାର୍ଶାଲ ୱିଲିଂସଲି ଏପରି ସୂଚନା ଦେବା ପରେ ସାରା ପୃଥିବୀରେ ବିତର୍କ ସୃଷ୍ଟି ହୋଇଛି । କରୋନା ମହାମାରୀ ସମୟରେ ମହାଶକ୍ତିଗୁଡ଼ିକ ମହାଯୁଦ୍ଧପାଇଁ ପ୍ରସ୍ତୁତି ଚଳାଇଛନ୍ତି କି ବୋଲି ଏକ ପ୍ରଶ୍ନ ସବୁଠି ଘୂରି ବୁଲିବା ଆରମ୍ଭ ହୋଇଛି ।

ଏହାମଧ୍ୟରେ ଚୀନ ଆମେରିକାର ମୁକାବିଲା କରିବା ନିମନ୍ତେ ପରମାଣୁ ବୋମାକୁ ଏକାଠି କରିବା ସମ୍ପର୍କରେ ଚର୍ଚା ହେବା ପରେ ଆମେରିକା ଏପରି ଏକ ଅସ୍ତ୍ର ପ୍ରସ୍ତୁତ କରିଛି ସେ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କେହି ଶୁଣି ନାହାନ୍ତି କି ଚିନ୍ତା ମଧ୍ୟ କରିନାହାନ୍ତି ବୋଲି ମାର୍ଶାଲ ୱିଲିଂସଲି କହିଛନ୍ତି ।

ନିକଟରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲଡ଼ ଟ୍ରମ୍ପ କହିଥିଲେ ଯେ ତାଙ୍କ ସରକାର ଅଭୂତପୂର୍ବ ସୈନ୍ୟ ଉପକରଣ ପ୍ରସ୍ତୁତି ନିମନ୍ତେ କାମ କରୁଛି । ଏହା ପୂର୍ବରୁ କେହି ଦେଖି ନ ଥିବେ କି ଶୁଣି ନ ଥିବେ । ଆମ ପାଖରେ ଯେଉଁ ମିଶାଇଲ୍ ଅଛି ତାହାକୁ ସୁପର ଡ଼ୁପର ମିଶାଇଲି ବୋଲି କହିବି ଓ ସେମାନଙ୍କ ପାଖରେ (ଚୀନ) ଯେଉଁ କ୍ଷେପଣାସ୍ତ୍ର ଅଛି, ତାହାର ୧୭ ଗୁଣ ଉନ୍ନତ କ୍ଷେପଣାସ୍ତ୍ର ଆମ ପାଖରେ ଅଛି ବୋଲି ଟ୍ରମ୍ପ କହିଥିଲେ । ଏହି ଘୋଷଣା ସହ ଟ୍ରମ୍ପ ସିଧାସିଧା ଚୀନକୁ କୌଣସି ପ୍ରକାରେ ସହ୍ୟ କରିବା ନିମନ୍ତେ ଆମେରିକା ପ୍ରସ୍ତୁତ ନୁହେଁ ଓ ଚୀନକୁ ଧ୍ବଂସସ୍ତୁପରେ ପରିଣତ କରିବାକୁ ଆମେରିକା ଯୋଜନା କରିଥିବା ପରୋକ୍ଷରେ ସୂଚାଇ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଆମେରିକା ଏପରି ଏକ ହାଇପର ସୋନିକ ମିଶାଇଲ୍ ପ୍ରସ୍ତୁତି କରୁଛି ଯାହାର ଗତିର ମୁକାବିଲା କରିବା ତ ଦୂରର କଥା ଏହାର ଆଖପାଖରେ ପହଞ୍ଚିବା ମଧ୍ୟ ଅସମ୍ଭବ ବ୍ୟାପାର । ଏହି ହାଇପରସୋନିକ କ୍ଷେପଣାସ୍ତ୍ର କ୍ରୁଜ ଓ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଦୁଇପ୍ରକାର ଅଗ୍ନେୟାସ୍ତ୍ର ବହନ କରିବାକୁ ସକ୍ଷମ । ଲଞ୍ଚିଂ ପରେ ଏହି କ୍ଷେପଣାସ୍ତ୍ର ପୃଥିବୀ କକ୍ଷରୁ ବାହାରକୁ ଚାଲଯାଇଥାଏ ଏବଂ ଏହାପରେ ନିଜର ଟାର୍ଗେଟକୁ ନିଶାଣ କରିଥାଏ । ଏହାର ଗତି ଏତେ ତୀବ୍ର ଯେ ତାହା ରାଡ଼ର ମଧ୍ୟ ଧରିବା ସମ୍ଭବ ନୁହେଁ ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories