www.samajalive.in
Monday, December 8, 2025
20.1 C
Bhubaneswar

ରାସ୍ତାରେ ଥିବା କାରରେ ପଶିଲା ସାପ ; ଆଉ ତା’ପରେ…..

ବିହାର : ସାପର ନାଁ ଶୁଣିବା ମାତ୍ରେ ଭୟଭୀତ ହେବା ସାଧାରଣ କଥା। କାରରେ ଲୋକେ ବସିଥିବା ଅବସ୍ଥାରେ ହଠାତ ଯଦି ଏକ ବିଷଧର ସାପ ତା’ମଧ୍ୟକୁ ପଶିଯାଏ। ତେବେ ଘଟଣାଟିକୁ କଳ୍ପନା କଲେ ମଧ୍ୟ ଭୟରେ ଲୋମ ଟାଙ୍କୁଠି ଉଠିଥାଏ। ଏଭଳି ଏକ ଘଟଣା ବିହାରର ସମସ୍ତିପୁର ଜିଲାର। ଏକ ଠିଆ ହୋଇଥିବା କାର ମଧ୍ୟରେ ହଠାତ ଏକ ବିଷଧର ସାପ ପଶିଯାଇଥିଲା। ସେହି କାରରେ କିଛି ଲୋକେ ମଧ୍ୟ ଥିଲେ। ସେମାନେ କୌଣସି କାମରେ ବାହାରିଥିଲେ। ସାପଟି କାର ଭିତରକୁ ପ୍ରବେଶ କଲା ବେଳେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହା ଦେଖିଥିଲେ। ସ୍ଥାନୀୟ ଅଂଚଳରେ ଏହା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ବହୁ କଷ୍ଟରେ ସାପଟିକୁ କାର ଭିତରୁ ବାହାର କରାଯାଇଥିଲା।ରାସ୍ତାରେ ଠିଆ ହୋଇଥିବା ଏହି କାର ମଧ୍ୟରେ ବିଷଧର ସାପଟି ହଠାତ ପଶି ଯାଇଥିଲା। ଖବରଟି ଗାଁରେ ବ୍ୟାପିଯିବା ପରେ ଲୋକେ ଏକାଠି ହୋଇଯାଇଥିଲେ। ଏହାପରେ ପ୍ରାୟ୨ଘ ଣ୍ଟା ପରିଶ୍ରମ କରିବା ପରେ ସାପଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମାତ୍ର ଲୋକେ ସାପଟିକୁ ବାହାର କରିବା ପରେ ତାହାର ଲମ୍ବ ଓ ବିଷଧର ସାପ ଜାଣି ବାଡ଼ିରେ ପିଟି ମାରିଦେଇଥିବା ସୂଚନା ମିଳିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories