www.samajalive.in
Monday, December 8, 2025
20.1 C
Bhubaneswar

ଆଠଗଡ ଯୁବ କଂଗ୍ରେସର ଚିନ୍ତନ ବୈଠକ 

ଆଠଗଡ : କଟକ ଜିଲ୍ଲା ଯୁବକଂଗ୍ରେସ କମିଟି ପକ୍ଷରୁ ଆଠଗଡ ନିର୍ବାଚନ ମଣ୍ଡଳି ଯୁବକଂଗ୍ରସ ସହାୟତାରେ ଏକ ଚିନ୍ତନ ବୈଠକ ଆଠଗଡ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଯୁବକଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସଂପାଦକ ତଥା ଓଡିଶା ଯୁବ କଂଗ୍ରେସର ପ୍ରଭାରୀ ରିୟାଜୁଲ୍‍ ଅନସାରୀ, ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମ୍ମୃୃତିରଞ୍ଜନ ଲେଙ୍କା, କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ବାଙ୍କୀ ଯୁବକଂଗ୍ରେସ ଉପସଭାପତି ଶିବବ୍ରତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂପ୍ରତି ଦେଶ ତଥା ଓଡିଶା ରାଜ୍ୟରେ ନିଯୁକ୍ତି ନଥିବାରୁ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବା ଏକ ଚିନ୍ତାର ବିଷୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପରିବେଶର ସନ୍ତୁଳନ ରକ୍ଷା ଏବଂ ବେରୋଜଗାରୀ ସମସ୍ୟାର ଉଚିତ ସମାଧାନ ଦିଗରେ ଆଲୋଚନା କରିବା ଯୁବକମାନେ ପାଠପଢି ବେକାର ହୋଇ ବୁଲିବା ଦ୍ୱାରା ମାନସିକ ଭାରସାମ୍ୟ ହରାଇବା ଏବଂ ବିପଥଗାମୀ ହେଉଥିବାରୁ ରାଜ୍ୟ ଓ ଦେଶର ସରକାର ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଲାଗି ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଯୁବକଂଗ୍ରେସ ନେତାମାନେ ଦାବି କରିଥିଲେ। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କଳକାରଖାନା ବନ୍ଦ ହୋଇଯିବା କାରଣରୁ ଓଡିଶାର ଲକ୍ଷ ଲକ୍ଷ କର୍ମଜୀବୀ ସେମାନଙ୍କର ରୋଜଗାର ହରାଇଛନ୍ତି। ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ପରେ ରାଜ୍ୟ ସରକାର ସେମାନଙ୍କ ପାଇଁ କର୍ମନିଯୁକ୍ତିର କୌଣସି ସୁଯୋଗ ସୃଷ୍ଟି କରୁନାହାନ୍ତି। ଫଳରେ ରୋଜଗାର ହରାଇଥିବା ଶ୍ରମିକ ଶ୍ରେଣୀର ଲୋକେ ପରିବାର ପୋଷଣ ପାଇଁ ଅକ୍ଷମ ହେଉଛନ୍ତି। ତେଣୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ସମେତ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଦୃଢ ପଦକ୍ଷେପ ନେବା ଆବଶ୍ୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ପ୍ରତିଷ୍ଠିତ କଳକାରଖାନାରେ ବାହାର ରାଜ୍ୟର ଲୋକଙ୍କୁ ନୁହେଁ ବରଂ ଓଡିଶାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାଲାଗି ଯୁବକଂଗ୍ରେସ ନେତାମାନେ ଦାବୀ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିକ୍ରମ ରାୟସାମନ୍ତ, ପ୍ରଶାନ୍ତ କୁମାର ବେହେରା, ଅବିନାଶ ପ୍ରଧାନ ଓ ଶ୍ରୀତମ ଦାସଙ୍କ ସମେତ ଆଠଗଡ, ବାଙ୍କୀ ଓ ବଡମ୍ବା ନିର୍ବାଚନ ମଣ୍ଡଳି ଗୁଡିକର ବହୁ ଯୁବ କଂଗ୍ରେସ ନେତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories